ସ୍ୱାଧିନତାର ୭୨ ବର୍ଷ ପରେ ବି…….
ବିପଦ ଶଙ୍କୁ ଳ ଅବସ୍ଥାରେ ସ୍କୁଲ ପିଲାଙ୍କ ଚାଲିଛି ପାଠପଢା । ସ୍ୱାଧିନତାର ୭୨ ବର୍ଷ ପରେ ବି ପକ୍କା ସ୍କୁଲରେ ପାଠ ପଢିବା ସ୍କୁଲ ପିଲାମାନଙ୍କ ପାଇଁ ସାତସପନ ପାଲଟିଛି । ଏଥିପ୍ରତି ରାଜନେତା କି ପ୍ରଶାସନ କାହାର ବି ନିଘା ନାହିଁ । ଏଭଳି ଖୋଲା ଛାତ ତଳେ ଅଧୟନ କରୁଥିବା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଳକ ଲଙ୍ଗଳଖୋଳା ପ୍ରାଥମିକ ବିଦ୍ୟାଳୟ ରେ ଭଙ୍ଗା କୋଠା ଘରେ ଆଜି ବି ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରୁଛନ୍ତି । କେଉଁଠି ଛାତ ଛେଲା ଛେଲା ହୋଇଯାଇଛି ତ କେଉଁଠି ଫାଟ ସୃଷ୍ଟି ହୋଇଛି ।ବର୍ଷା ହେଲେ ଛାତ୍ର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନୂତନ କୋଠା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍କୁଲକୁ ହସ୍ତାନ୍ତର କରାଯାଇନାହିଁ । ଠିକ ସେହି ପରି ଭଞ୍ଜନଗର ଓ ଦଶପଲ୍ଳା ମୂଖ୍ୟ ରାସ୍ତା କଡରେ ଥିବା ବିଦ୍ୟାଳୟରେ ପାଚେରୀ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରିଲେ ମଧ୍ୟ ସୁଫଳ ମିଳିପାରିନାହିଁ । ଗାୟଗଣ୍ଡା ପଞ୍ଚାୟତର ଇନ୍ଦିରାକଲୋନୀରେ ଠିକ୍ ବିପଦ ସଂଙ୍କୁଳ ଅବସ୍ଥାରେ ଦେଖିବାକୁ ମିଳିଛି । ସ୍କୁଲ ପ୍ରତିଷ୍ଠା ହେଲାଣୀ ୨ ବର୍ଷ ହେଲା କିନ୍ତୁ ସ୍କୁଲକୁ ହସ୍ତାନ୍ତର କରାଯାଇନାହିଁ ।


