ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଶ୍ୱଶୁରଘରୁ ପ୍ରଚାର ଆରମ୍ଭ କଲେ ପିଙ୍କି
ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଅଣ୍ଟା ଭିଡିଲେଣୀ ନିଜ ଦଳ ପାଇଁ ପ୍ରଚାର ଓ ପ୍ରସାର ବି ଆରମ୍ଭ କଲେଣୀ । ସମସ୍ତ ସାଧାରଣ ମନରେ ପ୍ରଶ୍ନ ସରକାର ଗଢିବ କିଏ ! ସବୁ ରାଜନୀତି ଠାରୁ ୨୦୧୯ ରାଜନୀତି ସବୁଠାରୁ କନ୍ଦଳ ବୋଲି କୁହାଯାଉଛି । କିନ୍ତୁୂ ଜୟପୁର ଠାରେ ନରେନ୍ଦ୍ର ମୋଦୀ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଥିବା ବେଳେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର ପିଙ୍କି ପ୍ରଧାନ ନରେନ୍ଦ୍ର ପୁର ଗ୍ରାମ ସ୍ଥିତ ନିଜ ଶ୍ୱଶୁର ଘର ଠାରୁ ପ୍ରଚାର ଆରମ୍ଭ କରିଛନ୍ତି । ଗ୍ରାମବାସୀ ବଡ ପଟୁଆର କରି ବାଜ୍ୟବାଜଣା ବିରାଟ ଶୋଭାଯାତ୍ରାରେ ନିଜ ଶ୍ୱଶୁର ଘରକୁ ପାଛୋଟି ନେଇଥିଲେ ।ଗ୍ରାମ୍ୟ ପରିକ୍ରମି କରି ଭୋଟରମାନଙ୍କ ଠାରୁ ଆଶ୍ରୀବାଦ ଲୋଡିଥିଲେ । ଏହା ପରେ ପ୍ରସିଦ୍ଧ ମାଁ ବାଙ୍କେଶ୍ୱରୀ ଠାରେ ପୂଜାର୍ଚ୍ଚନା କରିବା ଦୁର୍ନିତି ଗ୍ରସ୍ତ ସରକାରଙ୍କୁ ହଟାଇ ଦେବା ପାଇଁ କହିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ଶ୍ୱଶୁର ସନାତନ ଦାସ , ଶାଶୁ ଇନ୍ଦିରା ଦାସ , ମହନ୍ତ ଚିନ୍ମୟାନନ୍ଦ ମହାପାତ୍ର ,ମନୋଜ କୁମାର ପଣ୍ଡା , ସିଦ୍ଧାନ୍ତ ଗଙ୍ଗଦେଓ , ବାପି ପ୍ରଧାନ , ଶୁଭେନ୍ଦୁ ପାଢୀ , ବବିତା ପାତ୍ର ବହୁମାନ୍ୟଗଣ୍ୟ ବ୍ୟକ୍ତ ି ଉପସ୍ଥିତ ଥିଲେ ।


