ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଏବେ ବିଭିନ୍ନ ବ୍ଲକ ଅଞ୍ଚଳରେ ଅହିଂସା ରଥ ପରିଭ୍ରମଣ କରୁଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଠାରେ ଗତକାଲି ଠାରୁ ପହଞ୍ଚିଥିବା ଅହିଂସା ରଥ ଆଜି ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରିଛି। ବିଡ଼ିଓ ଦେବଦତ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଅହିଂସା ରଥ ନେରଡ଼ା ପଞ୍ଚାୟତ ଆଖୁଆପଦା ସ୍କୁଲ ଠାରେ ପହଞ୍ଚି ଥିବା ବେଳେ ସେଠାରେ ସରପଞ୍ଚ ଶ୍ରୀମତୀ ଦେବଦାସୀ ଜେନା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ବଦ୍ରୀନାରାୟଣ ରାଉତ, ସମିତିସଭ୍ୟ ରାଜକିଶୋର ଜେନା, ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ଜେନା, ସିଆରସିସି ପୁଷ୍ପକ ଚନ୍ଦ୍ର ଭାରତୀ, ଶିକ୍ଷକ ବିଭୂତି ଭୂଷଣ ମହାନ୍ତି, ସାମାଜିକ କର୍ମୀ ସୌମ୍ୟ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ବକ୍ତବ୍ୟ ଦେବା ସହ ଅହିଂସା ରଥକୁ ମଧ୍ୟ ସ୍ୱାଗତ ଜଣାଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ସେହିଭଳି ଦକ୍ଷିଣବାଡ଼ ପଞ୍ଚାୟତ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ପାତ୍ରଙ୍କ ତତ୍ୱବାଧାନରେ ସରପଞ୍ଚ ବର୍ଷାରାଣୀ ଜେନା, ସମିତିସଭ୍ୟ ବିଷ୍ଣୁଚରଣ ଦାସ ଙ୍କ ସମେତ ଅନ୍ୟମାନେ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ। ସେହିଭଳି ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରାଙ୍କ ସମେତ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ।