ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କିମିଟି ସଭାପତି ରୁଦ୍ରପ୍ରସାଦ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାମୁଗାଁ ପଂଚାୟତ ସରପଂଚ ଶୁଭ୍ରସ୍ମୃତି ପରିଡା, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ବନ୍ଦନା ପୂଜାରୀ, ସାମାଜିକ କର୍ମୀ ଦିଲ୍ଲିପ କୁମାର ପାଢୀ ପ୍ରମୁଖ ଯୋଗଦାନ କରି ସ୍କୁଲରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।