ବ୍ରାଉନ ସୁଗାର ଜବତ, ଜଣେ କୋର୍ଟ ଚାଲାଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ବାଂଶ ନିକଟରୁ ନାଉଗାଁ ପୋଲିସ ପକ୍ଷରୁ ଚଢଉ କରାଯାଇ ଜୈନିକ ବ୍ରାଉନ ସୁଗାର ବେପାରୀଙ୍କୁ ଧରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ସୂଚନା ମୁତବାକ ମଙ୍ଗଳବାର ବାଂଶରେ ବ୍ରାଉନ ସୁଗାର କାରବାର ହେଉଥିବା ନାଉଗାଁ ଥାନା ଆଇଆଇସି ଅନିରୁଦ୍ଧ ନାୟକ ବିଶେଷସୂତ୍ରରୁ ସୂଚନା ପାଇଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ବାଂଶରେ ଚଢଉ କରାଯାଇଥିଲା । ଏହି ଚଢଉରେ ବାଲିସାହି ଗାଁର ଚିଂଟୁ ଓରଫ ଲଲାଟେନ୍ଦୁ ମିଶ୍ରକୁ ଧରିଥିଲେ । ତା’ର ନିକଟରୁ ୧୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଥାନା ପକ୍ଷରୁ ୨୦୮/୨୦୨୨ରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ