ନିଆଁରେ ପୋଡି ପ୍ରାଣ ହରାଇଥିବା ମୃତକ ଦ୍ୱୟଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ବରତଣ୍ଡା ଗ୍ରାମର ଏକ ଆଦିବାସୀ ପରିବାରର ସ୍ୱାମୀ ରାଜକୁମାର ଜାନୀ ଓ ପତ୍ନୀ ପଦ୍ମା ଜାନୀ ନିଆଁରେ ପୋଡିହୋଇ ମୃତ୍ୟୁ ବରଣ କରିଥିଲେ। ଏହି ଦୁଃଖଦ ଖବର ଜାଣିବାପରେ ଓଡ଼ିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ବୁଗୁଡା ତହସିଲର କାର୍ଯ୍ୟାଳୟ ପକ୍ଷରୁ ୨୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କରଚୁଲି ସରପଞ୍ଚଙ୍କ ପ୍ରତିନିଧି ରବୀନ୍ଦ୍ର କୁମାର ନାୟକ, ନରେନ୍ଦ୍ର ଦେବତାଙ୍କ ସମେତ ବହୁ ବ୍ୟକ୍ତି ମୃତକଙ୍କ ପରିବାର ନିକଟକୁ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ