ଯନ୍ତ୍ରୀ – ଠିକାଦାରଙ୍କ ମହାଲୁଟ୍
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ସ୍ଥିତ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ଓ ଅନୁବିଭାଗ କାର୍ଯ୍ୟାଳୟ ଏବେ ଦୁର୍ନିତିର ପାଲଟିଛି । ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ଯେଉର୍ସବୁ ଉନ୍ନୟନ କାର୍ଯ୍ୟ କରାଯାଇଛି ସବୁଠି ପୁଳା ପୁଳା ଦୁର୍ନିତିରର ଗନ୍ଧ ସାଧାରଣରେ ସ୍ପଷ୍ଟ ବାରି ହୋଇପଡିଛି । ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ଯେଉଁ ମହତ ଉଦ୍ଦେଶ୍ୟ ରହିଛି କିଛି ଅସାଧୁ ଓ ଲାଭଖୋର ଠିକାଦାରଙ୍କ ସହ ବିଭାଗର ଅପାରଗ ଯନ୍ତ୍ରୀଙ୍କ ମିଲ ଭଗତରେ ନିମ୍ନମାନର କାର୍ଯ୍ୟ ଏବେ ନିତିଦିନିଆ ଘଟଣା ପାଲଟିଛି । କୋଟି କୋଟ ଟଙ୍କାର ଅନୁଦାନ ରାଶି ବ୍ୟୟବରାଦ ହେଉଥିବା ବେଳେ ସମସ୍ତ ସରକାରୀ ନିତିନିୟମ ଓ ବିଭାଗୀୟ ନିର୍ଦ୍ଦେଶାବଳୀ ଉଲଂଘନ କରାଯାଇ ଖୋଲାଖୋଲି ନିମ୍ନମାନର କାର୍ଯ୍ୟ କରାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି । ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାନୀୟ ବ୍ଳକ ଖରିଡା କୁମ୍ଭାର ସାହି ବଡବନ୍ଧ ପୋଖରୀରେ ନିର୍ମିତ କଂକ୍ରିଟ ଗାର୍ଡୱାଲ ଭୁଷୁଡିବା ଘଟଣାରୁ ସତ୍ୟତା ରହିଥିବା ଜଣାପଡିଛି । ନିର୍ମାଣର ୩ମାସ ନପୁରୁଣୁ ପ୍ରାୟ ୧୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗାର୍ଡୱାଲର ଅସଲ ଚିତ୍ର ପଦାକୁ ଆସିଛି। ସୂଚନା ମୁତାବକ ଖରିଡା ବଡବନ୍ଧ ପୋଖରୀର ଗାର୍ଡୱାଲ ନିର୍ମାଣ ସହ ଗ୍ରାମ୍ୟରାସ୍ତା ପ୍ରଶ୍ୱସ୍ତ ସକାଶେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟ ଜାରୀ ରହିଛି । ଗାର୍ଡୱାଲ ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଗ୍ରାମର କିଛି ଲୋକେ ଅଭିଯୋଗ କରିଥିଲେ । ହେଲେ ଠିକାଦାରଙ୍କ ନାଲି ଆଖି, କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତି ଓ ଠିକାଦାରୀଙ୍କୁ ପରୋକ୍ଷ ସହଯୋଗ ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ବୁଧବାର ରାତିରେ ଗ୍ରାମ୍ୟ ରାସ୍ତା ପ୍ରଶ୍ୱସ୍ତ କାର୍ଯ୍ୟ ଚାଲିଥିବା ବେଳେ ପ୍ରାୟ ୧୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପୋଖରୀ ଗାର୍ଡୱାଲ ଭୁଷୁଡି ପଡିଥିଲା । ଘଟଣାରୁ ସଂପୃକ୍ତ ଗ୍ରାମରେ ଚାଲିଥିବା ବିଭାଗୀୟ କାର୍ଯ୍ୟରେ ଅନିୟମିତତା, ନିମ୍ନମାନର କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଗନ୍ଧ ବାରି ହୋଇପଡୁଛି । ବିଭାଗର ଏଷ୍ଟିମେଟ ଓ ଯନ୍ତ୍ରୀଙ୍କ ଅପାରଗତାରୁ ଠିକାଦାର ଜଣଙ୍କ ପ୍ରଚୁର ଲାଭ ପାଇବା ଆଶାରେ ଏଭଳି ନିମ୍ନମାନର ଗାର୍ଡୱାଲ ନିର୍ମାଣ କରିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାରରଙ୍କ ୫ଟି ଉପକ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ଠିକାଦାର ଓ ସହକାରୀ ଯନ୍ତ୍ରୀଙ୍କ ମଧୂଚନ୍ଦ୍ରିକା ସହ ପିସି କାରବାରର ବାସ୍ତବ ଚିତ୍ର ଦାଣ୍ଡରେ ପଡି ହାଟରେ ଗଡୁଛି । ଠିକାଦାରଙ୍କ ସହ ସଲାସୁତୁରା ଓ ଲାଭଖୋର ମନବୃତ୍ତି ଯୋଗୁଁ ବିଭାଗୀୟ ଯନ୍ତ୍ରୀ ସବୁକିଛିକୁ ଆଖି ବୁଜି ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ହିଞ୍ଜିଳିକାଟୁ ଅଂଚଳରେ ନିର୍ମିତ ହୋଇଥିବା ଉନ୍ନୟନ ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ କଲେ ବିଭାଗର ବହୁ ଗୁୁମର ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରୀତିଶ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ପୋଖରୀ ବହୁତ ଗଭୀର ରହିଥିବାରୁ ରାସ୍ତା ପ୍ରଶସ୍ତି କରଣ ସମୟରେ ପୋଖରୀ ଗାର୍ଡୱାଲ ଅଣାୟତ୍ତ ହୋଇ ଭୁଷୁଡି ପଡିଥିଲା । ପ୍ରକାଶ ଥାଉକି, ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପାଇ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ଆସୁଥିବା ବେଳେ ଯଯନ୍ତ୍ରୀ- ଠିକାଦାରଙ୍କ ମଧୂଚନ୍ଦ୍ରିକା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ କଳାଛିଟା ପଡୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।