୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଏକଦା ଯକ୍ଷ୍ମା ଏକ ଦୁରାରୋଗ୍ୟ ବୋଲି ମାନସିକତା ଥିବାବେଳେ ଏବେ ତାହା ମାରାତ୍ମକ ରୋଗ ହୋଇ ରହିନାହିଁ । ସ୍ବାସ୍ଥ୍ୟ ହିଁ ସଂପଦ ।ଉତ୍ତମ ସ୍ୱାସ୍ଥ୍ୟ ବାନ ଲୋକହିଁ ଦେଶ ନିର୍ମାଣରେ ସହାୟକ ହୋଇଥାଏ ।ଯକ୍ଷ୍ମା ରୋଗ ମୂଳୋତ୍ପାଟନ ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଥରି । ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯାହାକୁ ଗତ ସେପ୍ଟେମ୍ବର ୯ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ରାଷ୍ଟ୍ରପତିଙ୍କ ଯକ୍ଷ୍ମା ହାରେଗା ଭାରତ ଜିତେଗା ଏହି ନାରାରେ ସମସ୍ତେ ଉଦବୁଦ୍ଧ । ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ମୟୂରଭଞ୍ଜ ଜିଲ୍ଲାର ପଛୁଆ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଏକମାତ୍ର ବିଜାତଳା ବ୍ଲକକୁ ଦୁଇ ବର୍ଷ ପାଇଁ ପ୍ରୟୋଗଶାଳା ଭାବେ ଗ୍ରହଣ କରାଯାଇଛି । ସେଥିପାଇଁ ଆଜି ଶୁକ୍ରବାର ଦିନ ଵିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ, ରାଜ୍ୟ ଯକ୍ଷ୍ମା ପଦାଧିକାରୀ ଡାକ୍ତର ସୁବ୍ରତ ପଣ୍ଡା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରୁପାଭାନୁ ମିଶ୍ର, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ନୁରୂଲ ହାସନ, ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ପତିତପାବନ ପତି,ବିଶ୍ଵ ରଂଜନ ରାଉତ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଦୀନକୃଷ୍ଣ ବାରିକ,ରିଚ୍ ଅନୁଷ୍ଠାନର ଜାତୀୟ ସଂଯୋଜକ ଶ୍ରୀମତୀ କରବି ମଜୁମଦାର,ଓ ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ସିଂ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ବିଜାତଳା ବ୍ଳକ ଏକ ବନ,ନଦୀ,ନାଳ ଘେରା ଏକ ଦୁର୍ଗମ ପଛୁଆ ଅଂଚଳ । ଏଠାରେ ଅକାଳରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁ ବରଣ କରୁଛନ୍ତି ଯାହାଫଳରେ ପରିବାରର ସାମାଜିକ ଓ ଆର୍ଥିକ ଶଙ୍କଟାପନ୍ନ । ତେଣୁ ବିଜାତଳାକୁ ପ୍ରୟୋଗ ଶୀଳା ଭାବେ ଗ୍ରହଣ କରାଯାଇଛି ।ଵିଜାତଳା ବ୍ଲକକୁ ଯକ୍ଷ୍ମା ମୁକ୍ତ ବ୍ଳକ ଭାବେ ବହୁବିଧ କାର୍ଯ୍ୟକ୍ରମ ନିଆଯାଇଛି ଜିଲ୍ଲା ସଂଯୋଜକ ଦୀନକୃଷ୍ଣ ବାରିକ ଉପସ୍ଥାପନା କରିଥିଲେ । ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ଅତ୍ୟାଧୁନିକ ଯନ୍ତ,କଫ ପରୀକ୍ଷା ମେସିନ,ମାଗଣା ଔଷଧ,କଫ ପରୀକ୍ଷା,ଔଷଧ, ଭତ୍ତା, ଆର୍ଥିକ ପ୍ରୋତ୍ସାହନ, ଇତ୍ୟାଦି ଯୋଗାଇ ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଆଶାଦିଦି ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ସେମାନେ ଘରକୁ ଘର ପହଞ୍ଚି , ରୋଗୀଙ୍କୁ ଚିହ୍ନଟ,କଫ ପରୀକ୍ଷା,ଆବଶ୍ୟକତା ଜ୍ଞାନ, ସ୍ବାସ୍ଥ୍ୟ ବିଭାଗର ଯାହା କିଛି ଯୋଜନା ଓ ସୁବିଧା ତାହା ଆକ୍ରାନ୍ତକାରୀ ଓ ପରିବାରକୁ ସୂଚନା ଦେବାପାଇଁ ପରାମର୍ଶ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ, ଗଣମାଧ୍ୟମ, ପ୍ରଶାସନ,ଆଶାଦିଦି, ସ୍ବେଚ୍ଛାସେବୀ, ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ ବୋଲି ଦୀନକୃଷ୍ଣ ବାରିକ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ