ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କୋଦଳା, (ଗୁଲସନ୍ କୁମାର କର):ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ଅହିଂସା ରଥକୁ ଉଦଘାଟନ କରାଯାଇଥିବା ବେଳେ ସାରା ରାଜ୍ୟରେ ଏହି ଅହିଂସା ରଥକୁ ପ୍ରତେକ ବ୍ଲକ ଗ୍ରାମପଞ୍ଚାୟତ ,ବିଦ୍ୟାଳୟ,ମହାବିଦ୍ୟାଳୟ ମାନଙ୍କରେ ଏହି ରଥକୁ ମହା ଆଡମ୍ବରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି।ସେହିଭଳି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମଠସରସିଙ୍ଗି ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ ହୋଇ କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକ ଠାରେ ମଧ୍ୟ ଏହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମଠସରସିଙ୍ଗି ପଞ୍ଚାୟତ ଠାରେ ମିଶନ ଶକ୍ତିର SHG ମହିଳା ମାନଙ୍କ ଦ୍ୱାରା ସ୍ୱାଗତ ଜଣାଯାଇଥିଲା। ସଂକୀର୍ତ୍ତନ ମଣ୍ଡଳୀ ବିଭିନ୍ନ ସାଂସ୍କୃତିକ ଓ ପାରମ୍ପରିକ ନୃତ୍ୟ ପରିବେଷଣକରି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ସରପଞ୍ଚ,ଶହ ଶହ ମହିଳା ଙ୍କ ହୁଳହୁଳି ଧ୍ଵନି ରେ ଏନ.ସି.ସି ଛାତ୍ର ଛାତ୍ରୀ ମାନେ ପ୍ୟାରେଡ଼ କରି ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ସେଠାରୁ ବିଶାଳ ଶୋଭାଯାତ୍ରା ରେ ଆସି ଅଙ୍ଗନବାଡି କର୍ମୀ,ସହାୟିକା ,ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ବରିଷ୍ଠ ନାଗରିକ ମାନେ ଅହିଂସା ରଥକୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ,ବେଗୁନିଆପଡା ବ୍ଲକ ବିଡ଼ିଓ,କୋଦଳା ଆଇଆଇସି ସ୍ଥାନୀୟ ସରପଞ୍ଚ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ,ଗ୍ରାମରୋଜଗାର ସେବକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ