ଏପ୍ରିଲ ତିନି ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ସୁଶାନ୍ତ ବେହେରା

ଅନୁଗୋଳ,(ଯୁଗାବ୍ଦ ନ୍ୟୁଜ ) : ୨୦୧୯ ସାଧାରଣ ନିର୍ବାଚନ ଲାଗି ଆଗାମୀ ଏପ୍ରିଲ ୨୩ରେ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ନିମନ୍ତେ ନାମାଙ୍କନପତ୍ର ଦାଖଲ କରିବାକୁ ନେଇ ଛେଣ୍ଡିପଦା ବିଜେଡି ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଏପ୍ରିଲ ୩ ରେ ନିଜର ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ସୁଶାନ୍ତ ଛେଣ୍ଡିପଦାରୁ ଅନୁଗୋଳ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ପୂର୍ବାହ୍ନରେ ଉପ ଜିଲାପାଳଙ୍କ କାର‌୍ୟ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ଶୋଭାଯାତ୍ରାରେ ୫୨ଟି ପଞ୍ଚାୟତର ୧୫ ହଜାରରୁ ଊଦ୍ଧର୍ବ କର୍ମୀ ଯୋଗଦେବେ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ