ଧର୍ମେନ୍ଦ୍ର ଙ୍କ ମୃତ୍ୟୁ ଘଟଣା କୁ ନେଇ ନିମାପଡ଼ା ରେ ରାଜନୈତିକ ଉଷ୍ମତା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପରିଷଦ ର ୧୧ନଂ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ମୃତ୍ୟୁ ଘଟଣା କୁ ପାଞ୍ଚ ଦିନ ବିତିଛି। ପୋଷ୍ଟମଟମ ରିପୋର୍ଟ କହୁଛି ସେ ଆତ୍ମହତ୍ୟା କରିଛନ୍ତି ଯଦିଓ ପୋଲିସ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନି ।ଯଦି ସେ ଆତ୍ମହତ୍ୟା କରିଛନ୍ତି ତେବେ କାହିଁକି? କଣ ପାଇଁ ? ତାଙ୍କ ଆତ୍ମହତ୍ୟା ପାଇଁ କିଏ ତାଙ୍କୁ ମାନସିକ ଭାବେ ଆଘାତ କରିଛି ? ସେ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଛାଡିଥିବା ବାର୍ତ୍ତା କେଉଁ ନେତା ଆଉ କେଉଁ ସାମ୍ୱାଦିକ ଙ୍କୁ ଇଙ୍ଗିତ କରୁଛି ତାର ଅନୁଧ୍ୟାନ କରାଯାଉଛି ନା ତାଙ୍କ ମୋବାଇଲ ରୁ ସବୁ ଡିଲିଟ କରିଦେଇ ସମସ୍ତ ଙ୍କୁ କ୍ଲିନଚିଟ ଦିଆଯିବାକୁ ପୋଲିସ କାହାଣୀ ପ୍ରସ୍ତୁତ କରୁଛି ତାକୁ ଗୋପ, ନିମାପଡ଼ା, କୋଣାର୍କ ଅଞ୍ଚଳବାସୀ ଚାତକ ପରି ଚାହିଁ ବସିଛନ୍ତି। ବିଜେପି ପକ୍ଷରୁ କରାଯାଉଥିବା ଅଭିଯୋଗ ର ସତ୍ୟତା କେତେଦୂର ଅଛି ଓ ଏହି ଘଟଣା ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଙ୍କ ସଂପୃକ୍ତି ଅଛି ନା ନାହିଁ ସେ ସମ୍ପର୍କ ରେ ପୋଲିସ ଅଥବା ବିଜେଡ଼ି ଦଳ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଉନଥିବାରୁ ସାଧାରଣ ରେ ନାନା ଚର୍ଚ୍ଚା ହେଉଛି। ଘଟଣା ସମ୍ପର୍କ ରେ ମୃତ ସାହୁ ଙ୍କ ପତ୍ନୀ କିଛି ପ୍ରତିକ୍ରିୟା ପ୍ରକାଶ କରି ନ ଥିବାରୁ ଘଟଣା କୁ ଅଧିକ ରହସ୍ୟମୟ କରିଦେଉଛି। ସ୍ବର୍ଗତ ସାହୁ ମୃତ୍ୟୁ ପୂର୍ବରୁ ସ୍ଥାନୀୟ ଅଞ୍ଚଳ ରୁ ପ୍ରକାଶ ପାଉଥିବା ଏକ ସାପ୍ତାହିକ ପତ୍ରିକା ର ସଂପାଦକ ଙ୍କ ସହିତ ଫୋନ ରେ କିଛି ସମୟ କଥା ହୋଇଥିଲେ। ଏହି କଥାବାର୍ତ୍ତା ର ଅଡିଓ ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓ ରେ ସ୍ୱର୍ଗତ ସାହୁ ସାମ୍ୱାଦିକ ଙ୍କୁ କହୁଛନ୍ତି ମୁଁ ଆଉ ବଞ୍ଚିବାକୁ ଚାହୁଁନି । ୫ଜଣ ଙ୍କ ପାଇଁ ମୁଁ ଏ ଦୁନିଆଁ ଛାଡି ଚାଲିଯିବି । ଏହା ପରେ ସେ ପାଞ୍ଚ ଜଣ ଙ୍କ ନାମ କହୁଛନ୍ତି । ତା ଭିତରେ ତାଙ୍କ ପତ୍ନୀ, ମନ୍ତ୍ରୀ ଶ୍ରୀ ଦାଶ ଙ୍କ ସହିତ ଜଣେ ଯୁବତୀ ଙ୍କ ନାଁ ରହିଛି। ଶ୍ରୀ ସାହୁ କହୁଛନ୍ତି ମୁଁ ମିଛ କହୁନି। ଏହି ଅଡିଓ କୁ ପ୍ରଦର୍ଶନ କରି ବିଜେପି ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡ଼ା ଦାବି କରିଛନ୍ତି ଯେ ଶ୍ରୀ ସାହୁ ଙ୍କ ମୃତ୍ୟୁ ଘଟଣା ରେ ମନ୍ତ୍ରୀ ସମିର ରଞ୍ଜନ ଦାଶ ସଂପୃକ୍ତ ଅଛନ୍ତି। ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହ ତାଙ୍କୁ ତଦନ୍ତ ପରିସର କୁ ଅଣାଯାଉ। ଯେ ପର୍ଯ୍ୟନ୍ତ ସରକାର ମନ୍ତ୍ରୀ ଶ୍ରୀ ଦାଶ ଙ୍କୁ ସୁରକ୍ଷା ଦେଉଥିବେ ସେ ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ ଜାରୀ ରଖିବ । ଦେଖାଯାଉ ଏହି ସମ୍ବେଦନ ଅଡିଓ କୁ ପାଇ କମିଶନରେଟ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି।ଯଥାଶୀଘ୍ର ଏହି ଘଟଣା ର ସତ୍ୟାସତ୍ୟ ପୋଲିସ ଲୋକଲୋଚନ କୁ ଆଣିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ