ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବୈଠକ ମଙ୍ଗଳବାର ଦିନ ଏନଏସି କନ୍ଫରେନ୍ସ ହଲରେ ଅଧକ୍ଷା ସଂଗୀତା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ନଅନ୍ୟବାର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ସ୍ୱାଗତ ଭାଷଣ ସହ ବୈଠକର କାର୍ଯ୍ୟକ୍ରମ ବିଷୟରେ ଧାରଣା ପ୍ରଦାନ କରିଥିଲେ। ପୋଲସରା ସହରରେ ଆସନ୍ତା ଅକ୍ଟୋବର ୧୪ ତାରିଖ ଠାରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ଗୌରୀଆମ୍ମା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏକ ମାସ ବ୍ୟାପି ଯାତ୍ରାକୁ କିପରି ସୂଚାରୁ ରୂପେ ପରିଚାଳନା କରାଯିବ ଏହି ବୈଠକ ଆଲୋଚନା ହୋଇଥିଲା। ସହରର ଅଲୋକୀକରଣ,ପାନୀୟଜଳ,ପରିମଳ ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ବସଷ୍ଟାଣ୍ଡ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରିବା ସହ ବିଭିନ୍ନ ସାହିର ବିଭିନ୍ନ ଅସୁବିଧା ବିଷୟ ଆଲୋଚନା ହୋଇ ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସହକାରୀ ଯନ୍ତ୍ରୀ ଭିକାରି ଖଣ୍ଡୁଆଳ, ସାଂସଦ ପ୍ରତିନିଧି ମୋତିରାମ ସାହୁ ,ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ କୁମାର ପ୍ରଧାନ ଙ୍କ ସମେତ ସମସ୍ତ କାଉନସିଲର ଓ ଏନ୍ ଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ