ଦୃଷ୍ଟିବାଧିତ ନିମନ୍ତେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାରାଜୁଡୋ ପାଇଁ ପାରାଦୀପ ଯାତ୍ରା
ବାଲେଶ୍ବର(ସରୋଜ ପଣ୍ଡା): ଭାରତୀୟ ଦୃଷ୍ଟିବାଧିତ ଓ ପାରାଜୁଡୋ ସଂଗଠନ ଦ୍ୱାରା ରାଜ୍ୟ ଦୃଷ୍ଟିବାଧିତ ଓ ପାରାଜୁଡୋ ସଂଗଠନ ତୃତୀୟ ଓଡିଶା ରାଜ୍ୟ ଦୃଷ୍ଟିବାଧିତ ପାରାଜୁଡୋ ଚାମ୍ପିୟନସିପ ୨୦୨୬-୨୭, ତା – ୩୧. ୧୦. ୨୬ ରିଖ ରୁ ୨. ୧୧. ୨୬ ପର୍ଯ୍ୟନ୍ତ ପାରାଦୀପ ଠାରେ ଅବସ୍ଥିତ ବହୁମୁଖୀ ଅନ୍ତଃଗୃହ କ୍ରୀଡ଼ାଙ୍ଗନ ରେ ଅନୁଷ୍ଠିତ ହେଉଛି। ଏଥିରେ ରାଣୀପାଟଣା ସ୍ଥିତ ଦୃଷ୍ଟିବାଧିତ ନିମନ୍ତେ ବିଦ୍ୟାଳୟର ୧୭ ଜଣ ଛାତ୍ର ଛାତ୍ରୀ (ବାପୁନି ଜେନା, ସିତୁ ଦାସ, ବଂଶୀଧର ଦାସ, ଶିବ ଗଂଗେଇ, ଗରିବ ତାଣ୍ଡି, ବୁଦାନ ସୋରେନ, ହେମନ୍ତ ମହନ୍ତ, ଅବିନାଶ ଦାସ, ସତ୍ୟ ମାହାକୁଡ଼, ଇତିକ୍ରିଷ୍ଣା ଭଞ୍ଜ, ସୁମିତ୍ରା ସିଂ, ମାହେଶ୍ୱରୀ ପ୍ରଧାନ, ମନୀଷା ଟୁଡୁ, ସୁନିତା ସୋରେନ, ଡୁମୁଣି ମୁର୍ମୁ, ମେଘନା ସିଂ, ମିକି ସିଂ) ଓ କ୍ରୀଡା ଶିକ୍ଷକ ଶ୍ରୀ ପ୍ୟାରୀମୋହନ ଭୂୟାଁ ଆଜି ଏଥିରେ ଯୋଗଦାନ କରିବା ପାଇଁ ରେଳ ଯୋଗେ ପାରାଦୀପ ଯାତ୍ରା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀଙ୍କର ସଫଳତା ପାଇଁ ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ଦିବାକର ସ ଆଶୀର୍ବାଦ ସହ ଆଶା ପ୍ରକଟ କରିଛନ୍ତି।


