ବିଜେଡ଼ି ପଦଯାତ୍ରା ଶୁଭାରମ୍ଭ କଲେ ବିଧାୟକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କପଦ ଯାତ୍ରା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଓ ସଭାପତି ଏସ ରାମେଶ୍ୱର ପାତ୍ର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ବ୍ଲକ ଛକ ଠାରୁ ପଦ ଯାତ୍ରା ଆରମ୍ଭ କରି ବେଲଗୁଣ୍ଠା ମୁଖ୍ୟରାସ୍ତା ଦେଇ ଉଢୁରା ପଞ୍ଚାୟତର କୋକୋଲୁଣ୍ଡା ଠାରେ ଶେଷ ହୋଇଥିଲା l ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଯିବା ସହିତ ଦୁଃଖୀ,ଅସହାୟଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦିଆଯିବ ଏବଂ ଅଞ୍ଚଳରେ ଥିବା ସମସ୍ୟା ଗୁଡ଼ିକୁ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ସ୍ଵାଇଁ ପ୍ରତିଶୃ୍ତି ଦେଇଥିଲେ I ପଦଯାତ୍ରା ଶେଷରେ କୋକଲୁଣ୍ଡା ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଢୁରା , ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ସରପଞ୍ଚ ପ୍ରତିନିଧି ପଞ୍ଚାନନ ସାମଲ,ଯୁବନେତା ବାବୁ ପରିଡା, ବେଲଗୁଣ୍ଠା ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ବ୍ଲକ ଉପାଧ୍ୟାକ୍ଷା ପ୍ରମିଳା ପ୍ରଧାନ , ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଦୁର୍ଗାମାଧବ ନାୟକ, ବ୍ଲକ ଯୁବସଭାପତି ଶିବରାମ ରାଉତ ଙ୍କ ସମେତ ବହୁ ପ୍ରତିନିଧି ଯୋଗଦେଇ ରାଜ୍ୟ ସରକାର ଙ୍କ ସଫଳତା ସାହି ସାହି ରେ ପହଂଚାଇଥିଲେ l ସେହିପରି ପୂର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ,ସୀମାଞ୍ଚଳ ବିଷୋୟୀ, ପୂର୍ବତନ ସମିତିସଭ୍ୟ ପ୍ରଭାତ ସ୍ୱାଇଁ,କାଉନସିଲର ତଥା ଜିଲ୍ଲା ବିଜେଡି ସମ୍ପାଦକ ଦିବ୍ୟ ରଞ୍ଜନ ଦାଶ୍, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ଯୁବ ନେତା ସରୋଜ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଏହି ଅବସରରେ ବିଧାୟକଙ୍କ ଜନ୍ମ ଉତ୍ସବକୁ ଧୂମୂଛାଇ ବିଜେଡ଼ି କାର୍ଯ୍ୟାଳୟରେ ପାଳନ କରାଯାଇଥିଲା I ଏଠାରେ ଉପସ୍ଥିତ ସମସ୍ତ ବିଜେଡି ନେତା ଏବଂ କର୍ମୀ ମାନ୍ୟବର ବିଧାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସୁଖୀ ଜୀବନ କାମନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ