ଗଞ୍ଜାମ ରୁ ସୋନପୁର ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ, (ବିନୋଦ ପଲେଇ):ସମୁଦ୍ର ବେଳାଭୂମି ରେ ପ୍ଲାଷ୍ଟିକ, ପଲିଥିନ ପଡି ରହି ପରିବେଶ ଦିନ କୁ ଦିନ ନଷ୍ଟ ହେଉଛି। ବେଳାଭୂମିର ଜୈବ ବିବିଧତା ଉପରେ ପ୍ରଭାବ ପଡୁଛି। ବେଳାଭୂମି ପରିବେଶ ସ୍ବଚ୍ଛତା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ୟୁଥ ମାସ। ଗଞ୍ଜାମ ଠାରୁ ସୋନପୁର ପର୍ଯ୍ଯନ୍ତ ୭୫କିମି ବ୍ୟାପ୍ତ ବେଳାଭୂମି ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପ୍ଳାବିତ ଓ ପଲିଥିନ ମୁକ୍ତ ଲାଗି ସଚେତନତାର ବାର୍ତ୍ତା ଦେଇଛନ୍ତି। ଗଂଜାମ ବ୍ଲକ ଅନ୍ତର୍ଗତ ପ୍ରୟାଗୀ ସ୍ଥିତ ଅଳେଶ୍ଵର ସମୁଦ୍ର ବେଳାଭୂମିରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ଅନ୍ତର୍ଜାତୀୟ ଦୁଃସାହସିକ ଉଇଣ୍ଡସର୍ଫିଙ୍ଗ କୁଇନ ମନସ୍ୱିନୀ ମହାରଣା। ପଡି ରହିଥିବା କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ସଫେଇ କରିଥିଲେ। ଏହି ଅଭିଯାନରେ ପ୍ରଭାତ ବିଶ୍ବାଳ, ଅଖିଳ ତରାଇ, ସିମାଞ୍ଚଳ ଦାସ, ପ୍ରଣବ ପ୍ରଧାନ, ଗୁରୁନାଥ ରେଡ୍ଡୀ, କରୁଣା ରେଡ୍ଡୀ, ସନ୍ତୋଷ ତରାଇ, ବସନ୍ତ ସାହୁ, ତ୍ରିଶକ୍ତି ରେଡ୍ଡୀ, ଟୁକୁନା ରେଡ୍ଡୀ, ଅଭିରାମ ଗୌଡ଼, ଅକ୍ଷୟ ପଲାଇ, ସୁଦାମ ଜେନା ଓ ଦୁର୍ଗା ମାଧବ ପାଣିଗ୍ରାହୀ, ପ୍ରଭାତ ପାଣିଗ୍ରାହୀ,ସାମାରେଡି, ପ୍ରଭାତ ସାହୁ, ଵିନୋଦ ଚନ୍ଦ୍ର ପଲେଇ ପ୍ରମୁଖ ସାମିଲ ହୋଇଥିଲେ। ବେଳାଭୂମିରେ ପ୍ଲାଷ୍ଟିକ ଏଣେ ତେଣେ ନପକାଇ ଡ଼ଷ୍ଟବିନର ବ୍ଯବହାର କରିବା, ବେଳାଭୂମି ସ୍ବଚ୍ଛତା ଅଭିଯାନରେ ସାମିଲ ଲାଗି ପର୍ଯ୍ଯଟକଙ୍କ ସଚେତନ କରିଥିଲେ।ପରେ ଗଞ୍ଜାମ ସହର ସ୍ଥିତ ଖଣ୍ଡେଶ୍ୱର ମନ୍ଦିର ଓ ଗଂଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ରାସ୍ତା ପର୍ଶ୍ୱରେ ବିଭିନ୍ନ ଔଷଧ ଚାରା ରୋପଣ କରିଥିଲେ। ପ୍ରତ୍ଯେକ ରବିବାର ଏହି ଅଭିଯାନ ଜାରି ରହିବ। ଏହି ଅଭିଯାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭରସା, ସକ୍ଷମ, ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ସ୍ବେଚ୍ଛାସେବୀ, ସାମାଜିକ ଅନୁଷ୍ଠାନ ମାନଙ୍କୁ ଯୋଡାଯିବ ବୋଲି ଗଞ୍ଜାମ ୟୁଥ ମାସ ର ଆବାହକ ଦୁର୍ଗାମାଧବ ପାଣିଗ୍ରାହୀ ଓ ପ୍ରଭାତ ବିଶ୍ୱାଳ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ