ପିଙ୍କ୍ ବଲ୍ ଟେଷ୍ଟକୁ ବିଶ୍ୱକପ୍ ଫାଇନାଲ୍ ସହ ତୁଳନା କଲେ ଗାଙ୍ଗୁଲି

କୋଲକାତା: ଭାରତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିସାରିଛି । ଯଦି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନଥାନ୍ତେ, ତାହା ହେଲେ ଭାରତ ହୁଏତ ଏହି ଦିବାରାତ୍ର ଟେଷ୍ଟ ଖେଳିପାରି ନଥାନ୍ତା । ଏହା ଗାଙ୍ଗୁଲିଙ୍କର ସ୍ୱପ୍ନ ଥିଲା ଏବଂ ଏହାକୁ ସାକାର କରିବା ପାଇଁ ସେ ସବୁ ଉଦ୍ୟମ କରିଥିଲେ । ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଅନ୍ତିମ ସେସନରେ ଗାଙ୍ଗୁଲି ଏକ ବିଶେଷ ସାକ୍ଷାତକାରରେ କହିଥିଲେ, ତାଙ୍କୁ ଏହି ମ୍ୟାଚ୍ ବେଳେ ବିଶ୍ୱକପ୍ ଫାଇନାଲ୍ ଭଳି ଅନୁଭବ ହେଉଛି । ଗାଙ୍ଗୁଲି କହିଥିଲେ, ଆଖପାଖ (ଦର୍ଶକଙ୍କ ଆଡ଼କୁ ଇସାରା କରି) ଦେଖନ୍ତୁ । କ’ଣ ଆପଣ ଏହା ଦେଖିଛନ୍ତି? ଶେଷଥର ପାଇଁ ଆପଣ କେବେ ଟେଷ୍ଟ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକ ଦେଖିଥିଲେ । ଏଭଳି ଲାଗୁଛି ଯେପରି ଏହା ବିଶ୍ୱକପ୍ ଫାଇନାଲ୍ ଆୟୋଜିତ ହେଉଛି । ଏହି ମ୍ୟାଚର ସଫଳ ଆୟୋଜନକୁ ନେଇ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲିଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହେଉଥିଲା । ୨୦୦୧ରେ ଇଡେନ୍ ଗାର୍ଡେନ୍ସରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ମ୍ୟାଚ୍ ଜିତିଥିଲା । ଏହି ମ୍ୟାଚରେ ଗାଙ୍ଗୁଲି ଟିମର କ୍ୟାପଟେନ୍ ଥିଲେ । ଟିମରେ ସଚିନ ତେନ୍ଦୁଲକର, ରାହୁଲ୍ ଦ୍ରାଭିଡ୍‌, ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ