ଚୌଦ୍ୱାର ଫୋଟୋଗ୍ରାଫର ଆସୋସିଏସନ ର ବନ୍ଧୁମିଳନ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ଫୋଟୋଗ୍ରାଫର ଆସୋସିଏସନ ପକ୍ଷରୁ ପବିତ୍ର ଲଷ୍ମୀପୂଜା ଅବସରରେଏକ ବନ୍ଧୁମିଲନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଗାନ୍ଧିଛକ ସ୍ଥିତ ଅଭିରାମ ଆଶ୍ରମ ପରିସରରେ ସଭାପତି ସତ୍ୟବ୍ରତ ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଫୋଟୋଗ୍ରାଫର ମହାସଂଘ ର ଶିଶିର କୁମାର ନାୟକ, ଅବିନାଶ ପାତ୍ର, ଜାଭେଦ ଅହମଦ, ପ୍ରକାଶ ମାଝୀ, ସୁଶାନ୍ତ ଦାସ,ରମେଶ ମହାପାତ୍ର, ଗୋକୁଳାନନ୍ଦ ସାହୁ ଅତିଥିଭାବେ ଉପସ୍ଥିତ ଥିଲେ ।ଫୋଟୋଗ୍ରାଫର ଆସୋସିଏସନ ସଭାପତି ସମସ୍ତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।ଅତିଥିମାନେ ସମସ୍ତ ଫୋଟୋଗ୍ରାଫର ମାନଙ୍କୁ ଏକ ମଞ୍ଚରେ ରହିଲେ ତାହା ସମସ୍ତଙ୍କପାଇଁ ଶୁଭଙ୍କର ହେବ ବୋଲି ପ୍ରକାଶ କରିଥିଲେ । ଆସନ୍ତା ନଭେମ୍ବର ୪,୫ ଓ ଛଅ ତାରିଖରେ ଭୁବନେଶ୍ୱର ରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ଫୋଟୋ ପ୍ରଦର୍ଶନୀ -୨୦୨୨କୁ କିଭଳି ସଫଳ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଶେଷରେ ସମ୍ପାଦକ ଆଲୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ଆସୋସିଏସନ ର ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ