ନାଉଗାଁରେ ଗଜଲକ୍ଷ୍ମୀ ପୂଜା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଅଛି । ପୂଜାମଣ୍ଡପ ଗୁଡିକରେ ମା’ଙ୍କର ମୃଣ୍ମୟୀ ମୃର୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ କରାଯିବା ପାଇଁ ଆଲୋକମାଳା ଓ ଅନ୍ୟାନ୍ୟ ସାଜ୍ଜସଜ୍ଜା କରାଯାଇଛି । ପ୍ରତ୍ୟେହ ପୂଜା ମଣ୍ଡପ ନିକଟରେ ଭଜନ, ପାଲା, ଘୋଡାନାଚ ଆଦି ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଛି । ଡେରିକି ପଂଚାୟତର ଗଂଗଦା(ପାଇକସାହି) ଓ ମଝିପଡା, ବଛାଳୋ ପଂଚାୟତର ଅଲଣା-୨, ଶିଖରର ବୋଦଳ, ତିରୁଣାର ଦହିପାଳ, ଗଜରାଜପୁରର ଗନ୍ଧଣ ଆଦି ଅଂଚଳରେ ଏହି ପୂଜା ଅନୁଷ୍ଠିତ ହେଉଛି । ଗଜରାଜପୁର ପଂଚାୟତସ୍ଥିତ ଗନ୍ଧଣ ଗାଁ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୪୦ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ପୂଜା କରାଯାଉଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି ଗଂଗଦାସ୍ଥିତ ପାଇକସାହି ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୩୩ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । କମିଟି ପକ୍ଷରୁ ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ।