ବ୍ରହ୍ମlକୁମାରୀ କେନ୍ଦ୍ରରେ ବାର୍ଷିକ ମହୋତ୍ସବ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ସ୍ଥିତ ପ୍ରଜାପତି ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ସ୍ରୋତ ଭବନ ନୀଳାଦ୍ରି ବିହାର,ଦୁତୀୟ ଲାଇନ, ବ୍ୟାଗ୍ର ଦେବୀ ରୋଡ ଭଞ୍ଜନଗର ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ପାଳନ କରାଯାଇଛି l ଏ ଅବସର ରେ ମୁଖ୍ୟ ଅତିଥି ଉତ୍ତର ଘୁମୁସର ଫରେଷ୍ଟ ଅଫିସର ଶ୍ରୀଯୁକ୍ତ ସୁଦର୍ଶନ ବେହେରା ଯୋଗ ଦେଇଥିଲେ l ସକାଳ ଦଶ ଘଣ୍ଟା ତିରିଶି ମିନଟ ସମୟ ରେ ଦୀପ ପ୍ରଜ୍ୱଳନ କରିବା ସହ ଶିବ ପତକା ଉତ୍ତଳନ ଏବଂ ଶାନ୍ତି ଶୋଭାଯାତ୍ରା ର ଶୁଭ ଉଦଘାଟନ କରିଥିଲେ lଏହା ପରେ ଶାନ୍ତି ଶୋଭାଯାତ୍ରା କରି ଭଞ୍ଜନଗର ସହର ପରିକ୍ରମା କରିଵା ସହ ପରମାତ୍ମାଙ୍କ ସନ୍ଧେଶ ପ୍ରାଥନା କରାଯାଇ ଥିଲା l ଏହି ଉପଲକ୍ଷେ ଶାନ୍ତି ସ୍ରୋତ ଭବନ ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ଉପଲକ୍ଷେ ଏକ ସ୍ନେହ ସମିଳନୀ ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ଶ୍ରୀ ଯୁକ୍ତ ଦିଲ୍ଲୀପ କୁମାର ରାଉତ କହିଥିଲେ ଜେ ଏହି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଗବାନଙ୍କୁ ପ୍ରାପ୍ତି କରିବାରେ ଏକ ମାଧ୍ୟ୍ୟମ ଏବଂ ପାରିବାରିକ ଜୀବନରେ ସୁଖଶାନ୍ତି ପ୍ରାପ୍ତି କରିବାର ଏକ ସହଜ ପ୍ରୟାସ l ସନ୍ନମାନିୟ ଅତିଥି ଶ୍ରୀ ଯୁକ୍ତ ସୁଳପାଣି ଶତପଥି ସମାଜ ସେଵୀ ତାଙ୍କ ବକ୍ତବ୍ୟରେ କହିଥିଲେଜେ ରାଜଯୋଗ ଶିକ୍ଷା ଦ୍ୱାରା ସମାଜର ସର୍ବାଙ୍ଗୀନ ଉର୍ନତି ହୋଇ ପାରିବ l ଏବଂ ମୁଖ୍ୟ ବକ୍ତା ବ୍ରାହ୍ମlକୁମାରୀ ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ତାଙ୍କର ବକ୍ତବ୍ୟ ରେ ନିରାକାର ଶିବ ବାବା ଧରାପୃଷ୍ଠରେ ଛୟାଅସି ବର୍ଷ ହେଲା ଅବତୀର୍ଣ କରି ଯେଉଁ ଜ୍ଞାନ ଶିକ୍ଷା ପ୍ରଦାନ କରିଛନ୍ତି,ଏହି ଶିକ୍ଷାକୁ ପ୍ରତ୍ୟେକ ମନୁଷ୍ୟର ଆତ୍ମା ଗ୍ରହଣ କଲେ ଜୀବନରେ ଚିନ୍ତା ମୁକ୍ତ ସୁଖ,ଶାନ୍ତି ପ୍ରାପ୍ତି କରିବେ ବୋଲି କହିଥିଲେ l ରାଜଯୋଗିନୀ ବ୍ରହ୍ମl କୁମାରୀ ନିରୁପମା ଭଉଣୀ ମଞ୍ଚ ପରିଚାଳନା କରିଥିଲେ,ଏବଂ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l ଵୀ.କେ ବର୍ଷା,ଵୀ.କେ ପରିଦର୍ଶନ ଏବଂ ଵୀ.କେ ସୁରଭି ଶେଷରେ ବ୍ରହ୍ମl କୁମାର ଅକ୍ଷୟ ଭାଇ ସମସ୍ତ ଅତିଥି, ତତ ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ତିନିଶହ ରୁ ଉର୍ଦ୍ଧ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ l


