କଳାରତ୍ନ ଜାତୀୟ ପୁରଷ୍କାର ପାଇବେ ଆର୍‌. ସତ୍ୟମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡଘଡାପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର (ଭାଗବତ ଗାଦି) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ ନୃତ୍ୟ ଗୁରୁ ଆର୍‌. ସତ୍ୟମ ରେଡ୍ଡୀଙ୍କୁ ବହୁ ଜନ ସାହିତ୍ୟ ଏକାଡେମୀ ନୁଆଦିଲ୍ଲୀ ପକ୍ଷରୁ କଳା ରତ୍ନ ଜାତୀୟ ଆୱାର୍ଡ ୨୦୨୨ ନିମନ୍ତେ ମନୋନୀତ କରାଯାଇଛି । ଆସନ୍ତା ନଭେମ୍ବର ୧୩ ତାରିଖ ଦିନ ନୁଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକାଡେମୀର ତୃତୀୟ ଅଲ ଇଣ୍ଡିଆ କନଫେରେନ୍ସି ରେ ଏହି ପୁରଷ୍କାର ପ୍ରଦାନ କରାଯିବ ବୋଲି ବହୁଜନ ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ଆର ସତ୍ୟମ ରେଡ୍ଡୀଙ୍କୁ ଜାତୀୟ ସଭାପତି ନାର୍ଲା ରାଧାକ୍ରିଷ୍ଣା ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହିତ ବହୁଜନ ସାହିତ୍ୟ ଏକାଡେମୀର ରାଜ୍ୟ ସମ୍ପାଦକ ଭାବେ ନୃତ୍ୟଗୁରୁ ଶ୍ରୀ ରେଡ୍ଡୀଙ୍କୁ ମଧ୍ୟ ମନୋନୀତ କରାଯାଇଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଜଣେ ଆଧ୍ୟାତ୍ମିକ ଗୁରୁ ଭାବେ କେନ୍ଦ୍ର ର ସଭାପତି ଶ୍ରୀ ରେଡ୍ଡୀ ସୁପରିଚିତ ଥିବା ବେଳେ ଆଜି ତାଙ୍କୁ ବହୁଜନ ସାହିତ୍ୟ ଏକାଡେମୀର ରାଜ୍ୟ ସମ୍ପାଦକ ଏବଂ କଳା ରତ୍ନ ଜାତୀୟ ପୁରଷ୍କାର ପାଇଁ ମନୋନୀତ ହୋଇଥିବାରୁ ବହୁ କର୍ମକର୍ତ୍ତା ଓ ନୃତ୍ୟ କଳାକାର ଏବଂ ଅଂଚଳ ବାସିଙ୍କ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ସେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କଳାକୃତ୍ୟ ପରିବେଷଣ କରି ଜିଲ୍ଲା ଓ ରାଜ୍ୟ ପାଇଁ ବହୁ ପୁରଷ୍କାର ଆଣିଛନ୍ତି ବୋଲି କେନ୍ଦ୍ର ର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ