ସ୍କାଉଟ ଗାଇଡ୍ର ବିଶ୍ୱ ହାତଧୁଆ ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲାମାନଙ୍କରେ ବିଭିନ୍ନ ସ୍ଥାନରେ ସ୍କାଉଟ ଏବଂ ଗାଇଡ୍ମାନଙ୍କୁ ନେଇ ଆଜି ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଅଛି । ଏହି ଅବସରରେ ସ୍କାଉଟ ଓ ଗାଇଡ୍ ପିଲାମାନେ ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କୁ ଆଜି ଦିବସର ମହତ୍ୱ ଏବଂ ହାତଧୋଇବାର ପ୍ରଣାଳୀ ବୁଝାଇବା ସହିତ ଲୋକମାନଙ୍କୁ ସାବୁନ୍, ହ୍ୟାଣ୍ଡୱାସ ଓ ଲିଫଲେଟ୍ ବଣ୍ଟନ କରିଥିଲେ । ସେହିପରି ରାଜ୍ୟ ମୁଖ୍ୟାଳୟ ତରଫରୁ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଲିଫଲେଟ୍ ବଣ୍ଟନ କରିବା ସହିତ ହାତ ଧୋଇବାର ପ୍ରଣାଳୀ ଗୁଡିକୁ ଭଲ ଭାବରେ ବୁଝାଉଥିବାର ଦେଖାଯାଇଥିଲା । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ତଥା ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସମସ୍ତ ସ୍କାଉଟ ଗାଇଡ୍ମାନଙ୍କର ଏପରି କାର୍ଯ୍ୟକରିବା ଦେଖି ପ୍ରଶଂସା କରିଥିଲେ ।


