ସ୍ୱାସ୍ଥ୍ୟସେବା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାସ୍ଥ୍ୟସେବା ସହାୟକ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି । ପ୍ରାରମ୍ଭରେ ମୁଖ୍ୟ ଚିକିତ୍ସାଳୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସଭାପତି ଡାକ୍ତର ମୀରା ପତି ଏଥିରେ ସଭାପତିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦେବ ଏଥିରେ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ନେଇ କାର୍ଯ୍ୟ କରୁଥିବା ଟ୍ରଷ୍ଟର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଟ୍ରଷ୍ଟର ସମ୍ପାଦକ ଅନନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଉପେନ୍ଦ୍ର ପାତ୍ର, ଦୀନବନ୍ଧୁ ଲେଙ୍କା, ରତ୍ନାକର ଦାସ, ରବୀନ୍ଦ୍ର ପ୍ରହରାଜ, ମନ୍ମୟ ଦାସ, ଲକ୍ଷ୍ମଣ ବେହେରା, ସୁଶାନ୍ତ କୁମାର ଦତ୍ତ, କଳ୍ପନା ମହାନ୍ତି, ପୁରୁଷୋତ୍ତମ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।ଏହି ଅବସରରେ ଟ୍ରଷ୍ଟର କର୍ମକତ୍ତା ଓ ସଦସ୍ୟମାନେ ଡାକ୍ତରଖାନାର ବିଭିନ୍ନ ୱାର୍ଡ଼ ବୁଲି ରୋଗୀମାନଙ୍କୁ ଫଳ, ବିଦ୍‍କୁଟ ଓ ହର୍ଲିକସ ପ୍ରଭୃତି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ