ପାବନ ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ସୋମବାର ଠାରୁ ତ୍ରିଦିନାତ୍ମକ ଦେବ ଦୀପାବଳି ଉତ୍ସବ ପାଳନ ହେଉଅଛି । ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ଶ୍ରୀଜୀଉ ମାନଙ୍କୁ ଦୂର୍ଲଭ ଶ୍ରାଦ୍ଧବେଶରେ ସୁସଜ୍ଜିତ କରିଥିଲେ । ସାନ୍ଧ୍ୟ ଆଳତି ପୂର୍ବରୁ ମନ୍ଦିର ଗର୍ଭ ଗୃହ ଚଟାଣରେ ଚାଉଳଗଛର ଚିତ୍ର ଅଙ୍କନ କରାଯାଇଥିଲା । ଏହି ଗଛର ତ୍ରିଶାଖାରେ ୩ଟି ଘୃତ ଦୀପ ପ୍ରଜ୍ଜଳନ କରାଯାଇ ବୈଦିକ ରୀତିରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ସଂସ୍କାର କରାଯାଇ ଶ୍ରୀଜଗନ୍ନାଥଙ୍କ ତରଫରୁ ତାଙ୍କର ପିତୃ ପୁରୁଷଙ୍କ ଉଦ୍ଦ୍ୟେଶରେ ପ୍ରଦୀପୋତ୍ସର୍ବା କରାଯାଇଥିଲା । ପ୍ରଥମ ଦିବସରେ କଶ୍ୟପ ଓ ଅଦିତି, ମଧ୍ୟ ଦିବସରେ ଦଶରଥ ଓ କୌଶଲ୍ୟା ଏବଂ ଶେଷ ଦିବସରେ ବସୁଦେବ ଓ ଦେବକୀ, ନନ୍ଦ ଓ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କ ଉଦ୍ଦ୍ୟେଶରେ ୍ରଦୀପୋତ୍ସର୍ବା କରାଯାଇଥାଏ । ଏହି ଅବସରରେ ଭକ୍ତ ମାନେ ମନ୍ଦିର ପାବଛ ଓ ବେଢାରେ ଦୀପାବଳି ଜଳାଇ ପ୍ରଭୂଙ୍କୁ ଭକ୍ତି ନିବେଦନ କରିଥିଲେ । ସାନ୍ଧ୍ୟ ଆଳତିରେ ସପ୍ତକାଠି ଆଳତି ସମର୍ପଣ ବିଶେଷ ନୀତି କରଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ