ସାମନ୍ତରାୟ ଏକାଡେମୀର ଆକାଶଙ୍କ ସଫଳତା
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କଞ୍ଚଣା ପଞ୍ଚାୟତ ମଲ୍ଲିକେଶ୍ୱର ଗ୍ରାମର ଆକାଶ କୁମାର ସ୍ୱାଇଁ ଏସଏସଆର ନେଭାଲ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଏଭିଏସନ ଅଫିସର ରୂପେ ନିଯୁକ୍ତି ପାଇଛନ୍ତି।ସେ ପ୍ରଥମେ ଲିଖିତ ପରୀକ୍ଷା ଓ ମେଡିକାଲ ପରେ ଏହି ସ୍ଥାନରେ ପହଞ୍ଚିଛନ୍ତି।ଆକାଶ ଏହି ସଫଳତାର ଶ୍ରେୟ ତାଙ୍କ ବାପା ମାଆ ଓ ତାଙ୍କ ଭାଇ ଆଦିତ୍ୟ କୁ ଦେଇଛନ୍ତି।ବିଶେଷ କରି ସେ ସାମନ୍ତରାୟ ଏକାଡେମୀର ନିର୍ଦେଶକ ଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଏହି ଅଞ୍ଚଳ ପାଇଁ ସେ ଏକ ପ୍ରେରଣା ସାଜିଥିବା ବେଳେ ସେ କିଭଳି ଏହି ଦେଶ ପାଇଁ କାର୍ଯ୍ୟ କରିବା ସହ ଅଞ୍ଚଳର ନାଁ ରଖିବେ ମତବ୍ୟକ୍ତ କରିଛନ୍ତି।ଏଥିସହ ଯୁବକ ମାନଙ୍କୁ ମଧ୍ୟ ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।


