୬୭ ନଂ ଜୋନରେ ବିଜେଡିର ଜନସର୍ମ୍ପକ ପଦଯାତ୍ରା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଜେଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ୧ମାସ ଧରି ସାରା ରାଜ୍ୟରେ ଜନସର୍ମ୍ପକ ପଦଯାତ୍ରା ଅନୁଷ୍ଠିତ ହେଉଛି । ଗତ ୨୨ବର୍ଷ ଧରି ରାଜ୍ୟରେ ଶାସନ ଭାର ସମ୍ଭାଳୁଥିବା ଶାସକ ବିଜୁ ଜନତା ଦଳର ବିକାଶ ଓ ଜନହିତକର ଯୋଜନା ଗୁଡିକୁ ସାଢେ ୪ କୋଟି ପରିବାରଙ୍କ ନିକଟରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ରହିଛି । ଏହି ପରିପ୍ରେକ୍ଷୀରେ ବୁଧବାର ବ୍ଳକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ନେତୃତ୍ୱରେ ୬୭ ନଂ ଜୋନରେ ଜନସର୍ମ୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଓଆରଏଚଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ. ରଘୁନାଥ, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠିି, ବ୍ଳକ ସଭାନେତ୍ରୀ ମମତା ରେଡ୍ଡି, ଯୁବ ସଙ୍ଗଠକ ଅଜୟ କୁମାର ମହାରଣା, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ବାଇ ଗିତାଞ୍ଜଳି , ବି ରାମଚନ୍ଦ୍ର, ଶଙ୍କର ବେହେରା, ଗନ୍ତାୟତ ଦଳାଇ, ବାବୁ ମହାନ୍ତି ପ୍ରମୁଖ ସ୍ଥାନୀୟ ବ୍ଳକ ବୁରୁପୋଡା କାଳୀ ମନ୍ଦିର ଛକରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ପରେ ଗ୍ରାମର ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମମତା, ହରିଶ୍ଚନ୍ଦ୍ର, ବସୁନ୍ଧରା, କାଳିଆ, ବଳରାମ, ବସୁଧା, ମିଶନ ଶକ୍ତି, ମୋ କୁଡିଆ, ବିଜୁ ପକ୍କାଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ , ନିର୍ମାଣ ଶ୍ରମିକ ଭଳି ବହୁ ଜନକଲ୍ୟାଣକାରୀ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇ ପାରିଛନ୍ତି । ଆଗାମୀ ନିର୍ବାଚନରେ ପୁଣିଥରେ ନବୀନ ବାବୁଙ୍କ ହାତମୁଠାକୁ ଟାଣ କରିବା ସହ ତାଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ବ୍ଳକ ଉପାଧ୍ୟକ୍ଷ ସୁନିଳ ଗନ୍ତାୟତ, ବିଳାସିନି ପାଢି, ରାମଚନ୍ଦ୍ର ସାହୁ, ଭାଣ୍ଡି ରବିନ୍ଦ୍ର, ସନ୍ତୋଷି ବେହେରା, ବିଜୟ ବେହେରା, ବସନ୍ତ ସେଠିି, ଅନିଳ ସ୍ୱାଇଁ, ରାମଚନ୍ଦ୍ର ଗୌଡ, ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଗୌଡ, ପି. ଜୟଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ସହସ୍ରାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।


