କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଏସିବି ଫାଉଣ୍ଡେସନ ପକ୍ଷରୁ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୨ କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ସୋସୋ ଓ ବାଲିବରେଇ ଜୋନରେ ଥିବା ରାଇଘାଟି, ବାଙ୍ଗୋର, ପଢ଼ିଆରିପଲ୍ଲୀ, ବାଲିବରେଇ, ସୋସୋ ଅନୁଷ୍ଠିତ ହୋଇଥିବା ଶିଶୁ ପ୍ରତିଭା ଉତ୍ସବ ସୁରଭି-୨୦୨୨ କାର୍ଯ୍ୟକ୍ରମରେ କୃତ୍ତିତ୍ୱ ହାସଲ କରିଥବବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏସବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା ପ୍ରତ୍ୟେକ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିିବା ସହ ଚମ୍ପିୟନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବରେ ହାଟଡିହି ବ୍ଲକର ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ତଥା ବିଆରସିସି ସୁରେଶ କୁମାର ଯେନା, ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏଥିରେ ପଢ଼ିଆରିପଲ୍ଲି କ୍ଲଷ୍ଟରର ସିଆରସିସି ରବିନାରାୟଣ ଦାସମହାପାତ୍ର, ରାଇଘାଟି ସିଆରସିସି ମଙ୍ଗଳ ହାଁସଦା, ବାଙ୍ଗୋର ସିଆରସିସି ବସନ୍ତ କୁମାର ନାୟକ, ବାଲିବରେଇ ସିଆରସିସି ପ୍ରଦୀପ କୁମାର ନାୟକ, ସୋସୋ ସିଆରସିସି ବୁଦ୍ଧଦେବ ରାଉତ ପ୍ରମୁଖ ଉପସ୍ଥିତ ରହି ଏସିବି ଫାଉଣ୍ଡେସନର ଏପରି ଉଦ୍ୟମକୁ ପ୍ରସଂଶା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ