ସେଣ୍ଟ ଯୋଶେଫ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସେଣ୍ଟ ଯୋଶେଫ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ଅଧ୍ୟକ୍ଷ ଫାଦର ନବକିଶୋର ଦିଗଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାର୍ଶାଘାଇ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡଃ. ପ୍ରଭାତରଞ୍ଜନ ଲେଙ୍କା ଯୋଗଦେଇ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଏଭଳି ପ୍ରଦର୍ଶନୀର ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଅଗ୍ରସର ହେବାକୁ ଏକ ନୂତନ ଚିନ୍ତାଧାରା ଓ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଏହି ବିଜ୍ଞାନ ପଦର୍ଶନୀର ବିଚାରକ ଭାବେ କଟକ ନାଳନ୍ଦା ପବ୍ଲିକ ସ୍କୁଲର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଅଶ୍ୱିନୀ କୁମାର ଉଦଗାତା, କେନ୍ଦ୍ରାପଡା ନବୋଦୟ ବିଦ୍ୟାଳୟର ଶିକ୍ଷକ ରାଜେଶ ଘଡାଇ, ଅଧ୍ୟାପକ ବିଶ୍ୱରଞ୍ଜନ ପତି, ଶିକ୍ଷୟିତ୍ରୀ ସୁରଭା ଦାସ, ଅଧ୍ୟାପିକା ପ୍ରିତିକା ସିଂହ, ଶିକ୍ଷକ ଉପେନ୍ଦ୍ର ମଲ୍ଲିକ, କମ୍ପ୍ୟୁଟର ପ୍ରକଳ୍ପ ପାଇଁ ବିଦ୍ୟାଧର ବେହେରା, ଅଧ୍ୟାପିକା ମଧୁସ୍ମିତା ହୋତା, ଶିକ୍ଷକ ଧୀରଜ କୁମାର ଦାସ ଏବଂ ଚିତ୍ର ଓ ହସ୍ତକଳା ପ୍ରକଳ୍ପ ପାଇଁ ଶିକ୍ଷକ ହିମାଂଶୁ ଦାସ ଓ ଶିକ୍ଷକ ରାଜେନ୍ଦ୍ର କୁମାର ଯୋଗଦେଇଥିଲେ । ଛାତ୍ରୀ କ୍ରିତୀ ବିଶ୍ୱାଳ ଓ ପୂର୍ବୀ ମହାନ୍ତି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ଦିବ୍ୟାଂଶୀ ରାଉତ ସ୍ୱାଗତ ଭାଷଣ ଏବଂ ସ୍ୱୟଂସୃତି ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଦର୍ଶନୀରେ ୬୦ଟି ବିଜ୍ଞାନ ଓ ୨୨୫ଟି ଚିତ୍ର ଏବଂ ହସ୍ତକଳା ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରହଲ୍ଲାଦ ପାତ୍ର, ରାମନାଥ ପାଲ, ସୁସ୍ମିତା ଦାସ, ଲିପ୍ସା ଦାଶ, ତବସୁମ ବାହାର, ଆଗ୍ନେସ ଟପ୍ନୋ, ଅକ୍ଷୟ କୁମାର ପଣ୍ଡା, ଜୟଶ୍ରୀ ଷଡଙ୍ଗୀ, ପ୍ରସନ୍ନ ପ୍ରଧାନ, ଗୁଫ୍ରନ ଅଲ୍ଲୀ, ମାନସରଞ୍ଜନ ମହାପାତ୍ର ଓ କିଶୋର କୁମାର ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ