ବଡକୋଦଣ୍ଡାରେ ସପ୍ତାହେ ବ୍ୟାପୀ ଭାଗବତ କଥା ଓ ପ୍ରବଚନ କାର୍ଯ୍ୟକ୍ରମ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପୂଣ୍ୟ କାର୍ତ୍ତିକ ମାସରେ ଭଞ୍ଜନଗର ବ୍ଳକ ବଡକୋଦଣ୍ଡା ଗ୍ରାମ ବଡଦାଣ୍ଡରେ ଶ୍ରୀଶ୍ରୀ ପତିତ ପାବନ ପୂଜା କମିଟି ତରଫରୁ ସପ୍ତାହେ ବ୍ୟାପୀ ଭାଗବତ କଥା ଓ ପ୍ରବଚନ କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ନୟାଗଡ ଜିଲ୍ଲା ଓଡଗାଁ ନିକଟସ୍ଥ କୁରାଳର ଦଧିବାମନ ବାବାଜୀ ମହାରାଜ ପ୍ରବଚକ ରୂପେ ଯୋଗ ଦେଇ ଗ୍ରାମବାସୀଙ୍କୁ ଜଗନ୍ନାଥ ସଂସ୍କୃତି ଓ ଭାଗବତ ସମ୍ବନ୍ଧୀୟ ପ୍ରବଚନ ପ୍ରଦାନ କରିଥିଲେ ଗ୍ରାମର ଆଧ୍ୟାତ୍ମିକ ସଂଗୀତ କଣ୍ଠ ଶିଳ୍ପୀ ହାଡୁବନ୍ଧୁ ବିଷୋୟୀ, ତବଲା ବାଦକ ରମେଶ ଚନ୍ଦ୍ର ବିଷୋୟୀ, ପୂଜକ ଆଚାର୍ଯ୍ୟ କମଳ କୁମାର ଦାସ,ଜୟଚନ୍ଦ୍ର ବିଷୋୟୀ,ବଂଶୀଧର ଦଣ୍ଡିଆ, ଶିବରାମ ବାଡତ୍ୟା ପ୍ରମୁଖ ପୂଜାର୍ଚ୍ଚନା ତଥା ପ୍ରବଚନ କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଭାପତି ବି.ଲକ୍ଷ୍ମୀ ନାରାୟଣ ପାତ୍ର ସମସ୍ତଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି ଯଜ୍ଞ କର୍ତ୍ତା ରୂପେ ମଦନ ମୋହନ ବେହେରା ସପତ୍ନିକ କାର୍ଯ୍ୟ ତୁଲାଇଥିବା ବେଳେ ଜେ.ମନୋଜ ପୃଷ୍ଟି, ଗୋପାଳ ବେହେରା,ହରିଚନ୍ଦନ ବେହେରା, ରଞ୍ଜନ ସ୍ବାଇଁ, ରବୀନ୍ଦ୍ର ନାୟକ,ତ୍ରିନାଥ ବେହେରା, ସୁଶାନ୍ତ ପାଣିଗ୍ରାହୀ, ଅଶୋକ ସାହୁ, ଚୈତନ୍ୟ ବେହେରା, ମଳୟ ବେହେରା,ଲଡୁ କିଶୋର ସାହୁ,ଅଜୟ ବିଷୋୟୀ,ପଞ୍ଚୁ ସ୍ବାଇଁ , କାଳିଆ ପାତ୍ର, ଦଣ୍ଡସି ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉଦଯାପନୀ ଉତ୍ସବରେ ଗ୍ରାମବାସୀଙ୍କ ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି


