ବାଲେଶ୍ୱର ସବ-ଜୁନିୟର ମହିଳା ହକି ଟିମର ଭୁବନେଶ୍ୱର ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ସବ୍‌-ଜୁନିଅର ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ବାଲେଶ୍ୱର ସବ୍‌-ଜୁନିୟର ଟିମର ଖେଳାଳିମାନେ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି । ହକି ଟିମ୍ ସହ ମ୍ୟାନେଜର ଲିପିପୁଷ୍ପା ବେହେରା ଓ କୋଚ ଡେଭିଡ ସୋରେନ ସକାଳ ୬ଟା ବେଳେ ବାଲେଶ୍ୱର ରେଳ ଷ୍ଟେସନରୁ ଟ୍ରେନ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଷ୍ଟେସନରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଶୁଭଯାତ୍ରା କାମନା କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଶ୍ରେଷ୍ଠ ହକି ଖେଳାଳିଙ୍କୁ ଚୟନ ସହ ଉନ୍ନତମାନର ପ୍ରଶିକ୍ଷଣ ଦିଆଯାଇଥିବା ବାଲେଶ୍ୱର ଟିମକୁ୍ ବେଶ ସଫଳତା ମିଳିବ ବୋଲି ବିଧାୟକ ଶ୍ରୀ ଦାସ ଆଶାପ୍ରକାଶ କରିଥିଲେ । ଜିଲ୍ଲା ହକି ଆସୋସିଏସନର ସମ୍ପାଦକ ତଥା ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ ସମାଜସେବୀ ସାହିରୁଲ ହକ, ଡାକ୍ତର ଶାନ୍ତନୁ ଦାସ ପ୍ରମୁଖ ଷ୍ଟେସନରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ନକ୍ ଆଉଟ୍ ପର୍ଯ୍ୟାୟରେ ୮ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଓ କିଟ୍ ବିଶ୍ୱବିଦ୍ୟାଳୟ ପଡିଆରେ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ