କାଶୀନଗର ୟୁନିଅନ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ୟୁନିଅନ ବ୍ୟାଙ୍କ କାଶୀନଗର ଶାଖା ରେ ପ୍ରତିଷ୍ଠା ଦିବସ ଅବସରରେ ଗ୍ରାହକ ମାନଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. କାର୍ଯ୍ୟକ୍ରମ ରେ ଜିଲ୍ଲା ଲିଡ ବ୍ଯାଙ୍କ ମ୍ୟାନେଜର୍ ମହେଶ୍ଵର ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାହକ ମାନଙ୍କୁ ରିଜର୍ଭ ବ୍ଯାଙ୍କ ର ଗାଇଡଲାଇନ ଅନୁଯାୟୀ ଗ୍ରାହକ ମାନେ ବ୍ଯାଙ୍କ ସେବା ର ଅସୁବିଧା ଅନୁଭବ କଲେ ଅବାଣ୍ଡାନ୍ସ ଦରଖାସ୍ତ ମାଧ୍ୟମରେ ଜଣାଇବା ପାଇଁ ଗ୍ରାହକ ମାନ କୁ ବୁଝାଇ ଥିଲେ. ବ୍ଯାଙ୍କ ର ଗ୍ରାହକ ମାନେ ସରଳ ଓ ସୁବିଧା ଉପାୟରେ କିପରି ବ୍ଯାଙ୍କ ସେବା ପାଇପାରିବେ ସେଥିପାଇଁ ବୁଝାଇଥିଲେ. ଉକ୍ତ ବୈଠକରେ ଶାଖା ପରିଚାଳକ ଡି ପ୍ରବୀଣ କୁମାର ଅଧ୍ୟକ୍ଷତା କରିଥିଲେ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ର ପରିଚାଳକ ସଲ ରାମ ସିଂ ମଞ୍ଚାସୀନ ଥିଲେ. ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରବନ୍ଧକ ରବୀନ୍ଦ୍ର କୁମାର ମଲ୍ଲିକ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ. ବରିଷ୍ଠ ସାମ୍ବାଦିକ ଓ ସମାଜ ସେବୀ ହୃଷୀକେଶ ଗଉଡ ବ୍ଯାଙ୍କ ର ଉତ୍ତମ ସେବା ଓ ବ୍ଯାଙ୍କ ନିୟମିତ ବ୍ୟବଧାନରେ ଏକ ଗ୍ରାହକ ସଚେତନତା ଶିବିର ଆୟୋଜନ କରିବା ନିମନ୍ତେ ଉପସ୍ଥାପନାକରିଥିଲେ ଓ ବ୍ଯାଙ୍କ ର ଲାଭାଂଶ ରେ ଜନହିତକର କାର୍ଯ୍ୟ ମାନ କାରିବାକୁ କହି ଥିଲେ. ବ୍ଯାଙ୍କ ଆକାଉଣ୍ଟାଣ୍ଟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ବୈଠକରେ ବହୁ ଗ୍ରାହକ ଯୋଗ ଦେଇଥିଲେ.


