ବେଆଇନ ଦେଶୀ ମଦ ତିଆରି କେନ୍ଦ୍ରରେ ଚଢଉ: ବ୍ୟାପକ ମଦ ଓ ପୋଚ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଆଇନ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଚୋରା ମଦ କାରବାର ବିରୁଦ୍ଧରେ ଚଢ଼ଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୋଲିସ ଆଜି ଭୋର ପ୍ରାୟ ୫ଟା ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ବେଆଇନ ମଦ ତିଆରି କେନ୍ଦ୍ରକୁ ଠାବ କରି ବ୍ୟାପକ ମହୁଲ ପୋଚ, ଦେଶୀ ମଦ ଓ ମଦ ତିଆରି ସରଞ୍ଜାମ ଆଦିକୁ ଜବତ କରିଥିବା ସୂଚନା ମିଳିଛି. ଏହି ଚଢଉ ସମୟରେ ପୋଲିସକୁ ଦେଖି ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚଢ଼ାଉ ସମୟରେ ପ୍ରାୟ ୧୦୦ ଲିଟର ବେଆଇନ ଦେଶୀ ରନ୍ଧା ମଦ, ଏହାର ପ୍ରସ୍ତୁତିରେ ବ୍ୟବହୃତ କଣ୍ଡେନସର ପାଇପ, ଫନେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଏହାସହ ପ୍ରାୟ ୬୦୦ ଲିଟର ମହୁଲ ପୋଚକୁ ଘଟଣାସ୍ଥଳରେ ଜବତ କରାଯାଇ ନଷ୍ଟ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଦୂଷିତ ପାଣି ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶାଇ ଏହି ମଦ ପ୍ରସ୍ତୁତ କରାଯାଉଥିଲା, ଯାହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିବ। ତଦନ୍ତରୁ ଜଣାପଡ଼ିଛି ଯେ, ସିଙ୍ଗିପୁର ଗ୍ରାମର କେତେକ ବ୍ୟକ୍ତି ସଙ୍ଗଠିତ ଭାବରେ ଏହି ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ପାରଳାଖେମୁଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳକୁ ବହୁବର୍ଷ ହେବ ଯୋଗାଣ କରୁଥିଲେ । ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ ନଂ. ୨୬୦/୨୦୨୬ରେ ମକଦ୍ଦ୍ୱମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ