ଗୌରୀଆମ୍ମା ଯାତ୍ରା ମେଢ଼ ଭସାଣି

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ସହରରେ ଏକ ମାସ ଧରି ଚାଲିଥିବା ଗୌରୀଆମ୍ମା ଯାତ୍ରା ଆଉ ମାତ୍ର ଦୁଇ ଦିନ ପରେ ମାଁଙ୍କ ମୂର୍ତ୍ତି ସମେତ ସମସ୍ତ ମେଢ଼ର ଭସାଣି ଉତ୍ସବ ନଭେମ୍ବର ୧୩ ତାରିଖ ଅନୁଷ୍ଠିତ ହେବ। ସ୍ଥାନୀୟ ଯାତ୍ରା କମିଟିର ସଦସ୍ୟ, ଜନପ୍ରତିନିଧି ଓ ପୋଲସରା ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକରେ ଗୌରୀଆମ୍ମାଙ୍କ ଭସାଣି ତାରିଖ ଘୋଷଣା କରାଯାଇଛି। ଗୌରୀଆମ୍ମା ଯାତ୍ରା ଅକ୍ଟୋବର ୧୪ ତାରିଖ ଦିନ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୩ ରେ ଉଦଯାପନ ହେବ । ଏହା ମଧ୍ୟରେ ପୋଲସରା ସହରରେ ଗୌରୀଆମ୍ମା ଯାତ୍ରାକୁ ନେଇ ଭାଇଚାରାର ଉତ୍ତମ ସଂପର୍କ ସ୍ଥାପନ ହୋଇ ଥିବା ବେଳେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ। ଭାଷାଣି ଉତ୍ସବ ପାଇଁ ଯାତ୍ରାରେ ପୂଜା ପାଉଥିବା ସମସ୍ତ ସାହିର ମେଢ଼ ଗୁଡିକ ୧୩ ତାରିଖ ଅପରାହ୍ନ ୨ ଘଣ୍ଟ ସମୟ ମଧ୍ୟରେ ଲୁଣିଘାଟି ଖେଳ ପଡ଼ିଆରେ ପହଞ୍ଚିବ। କଟକ ଓ ଭୁବନେଶ୍ୱର ସହରର ମେଢ଼ ଭାଷାଣିକୁ ଅନୁସରଣ କରି ପୋଲସରା ସହରରେ ମଧ୍ୟରେ ଥିବା ସମସ୍ତ ମେଢ଼ ଗୁଡିକ ଭସାଣିରେ ସାମିଲ ହେବେ । ସମସ୍ତ ମେଢ଼ ଲୁଣିଘାଟି ପଡ଼ିଆରୁ ବିରାଟ ଶୋଭାଯାତ୍ରାରେ ବାହାରି ରାଣୀପଡା ନିକଟସ୍ଥ ଧନେଇ ନଦୀରେ ବିସର୍ଜନ କରାଯିବ । ଭାଷାଣି ପାଇଁ ଅନୁଷ୍ଠିତ ବୈଠକରେ ପୋଲସରା ଥାନା ଆରାକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ, ଏନ୍.ଏ.ସି ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ସାଂସଦ ପ୍ରତିନିଧି ମୋତିରାମ ସାହୁଙ୍କ ସମେତ ଯାତ୍ରା କମିଟି ସଦସ୍ୟ ବୃନ୍ଦ ଓ ସମସ୍ତ ଜନପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ