ଗୋଲିଆ ଗ୍ରାମରେ ଅଗ୍ନିକାଣ୍ଡ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ଗୋଲିଆ ଗ୍ରାମର ଗଳି ସାହିରେ ନଭେମ୍ୱର ୧୧ ତାରିଖ ଦିନ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତିନି ପରିବାର ହେଲେ ଆଶାଲତା ପ୍ରଧାନ, ରେଣୁ ଜେନା ଓ ଟୁନି ପ୍ରଧାନ। ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତିନି ପରିବାରଙ୍କ ବିଷୟ ନେଇ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଜଣାଇଥିଲେ। ମନ୍ତ୍ରୀ ଶ୍ରୀ ସାହୂଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ତୁରନ୍ତ ତିନି ପରିବାରକୁ ପାଲ ଯୋଗଇବା ସହ ଆସନ୍ତାକାଲି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ