ପୋଲସରା ଅଞ୍ଚଳର ବ୍ୟାଙ୍କ ସମୂହର ସୁରକ୍ଷା ଯାଞ୍ଚ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ପୋଲିସ ଥାନା ଆରାକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପୋଲସରା ଅଞ୍ଚଳର ସମସ୍ତ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିବା ଜଣାପଡିଛି। ପ୍ରତ୍ୟେକ ବ୍ୟାଙ୍କର ଶାଖା ପରିଚାଳକଙ୍କ ସହ ଆଲୋଚନା କରି ବ୍ୟାଙ୍କର ସିସି କ୍ୟାମେରା ଓ ଏହାର ପରିଧି ସମ୍ପର୍କରେ ଯାଞ୍ଚ କରାଯାଇଥିଲା । ଏଥିସହ ବ୍ୟାଙ୍କ ସାଇରନ୍ ଠିକ୍ ଭାବରେ ବାଜିବା ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା । ବ୍ୟାଙ୍କ ଟଙ୍କା ଆଣୁଥିବା ଗାଡ଼ିର ସୁରକ୍ଷା ବ୍ୟବସ୍ଥା ସହିତ ବ୍ୟାଙ୍କର ସୁରକ୍ଷା କର୍ମୀ ସମ୍ପର୍କରେ ପଚାରି ବୁଝିଥିଲେ । ଏହା ସହିତ ବ୍ୟାଙ୍କର ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୋଲସରା ଥାନାଧିକାରୀ ପଚାରି ବୁଝିଥିଲେ। ପୋଲସରା ସହରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏକ୍ସସିସ ବ୍ୟାଙ୍କ୍, ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ୍, ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍, ହେଚ୍.ଡି.ଏଫ୍.ସି ବ୍ୟାଙ୍କ୍ , ୟୁନିଅନ ବ୍ୟାଙ୍କ, ବ୍ୟାଙ୍କ୍ ଅଫ ଇଣ୍ଡିଆ ପ୍ରମୁଖ ରହିଥିବା ବଳେ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାଙ୍କ ରହିଅଛି। ଏହି ଯାଞ୍ଚ କାର୍ଯ୍ୟକ୍ରମରେ ପୋଲସରା ଥାନାର ଏ.ଆଇଆଇସି କୃଷ୍ଣ ଶାହା, ଏସଆଇ ଅଜୟ କୁମାର ମଲ୍ଲିକଙ୍କ ସମେତ ପୋଲସରା ଥାନାର କର୍ମଚାରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ