ଗଜପତି ଉତ୍ସବ ୨୦୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ସନ୍ଧ୍ୟାରେ ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଏକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇସାରିଛି। ସ୍ମରଣିକା ଉପଯୋଗୀଗଜପତିରସାରସ୍ଵତ ,ସାଂସ୍କୃତିକ,ଐତିହ୍ୟ,ଶିଳ‌୍ପ,କଳା, ଭାସ୍କଯ୍ୟ,ଲୋକ କଥା,ଲୋକ ନ୍ତତ୍ୟ ଗୀତ,ବିଲୁପ୍ତ ଓ ପ୍ରଚଳିତ ହସ୍ତ୍କଳା,ପର୍ଯ୍ୟଟନସ୍ଥଳୀ,ପ୍ରାକୃତିକ ବିଭବ, ଅନାଲୋଚିତ ପ୍ରତିଭା,ଦିବଙ୍ଗତ ଓ ଆୟୁଷ୍ପlନ୍ ପ୍ରତିଭାଧର ମାନଙ୍କର ସମ୍ପର୍କିତ ଲେଖା, ପ୍ରଭୃତି ଆସନ୍ତା ମାସ ଡ଼ିସେମ୍ବର ମାସ ୫ ତାରିଖ ସୁଦ୍ଧା ସ୍ମରଣିକା କମିଟିରେ ପହଞ୍ଚିବା ଜରୁରୀ। ନିର୍ଦ୍ଧାରିତ ସମୟପରେ ଲେଖା ଗ୍ରହଣ କରାଯିବ ନାହିଁ। ଲେଖକ ଲେଖିକାଙ୍କୁ ଅନୁରୋଧ ଲେଖା ଗୁଡ଼ିକର ମୌଳିକତା ପ୍ରତି ଧ୍ୟାନ ଦେବେ।ଓଡ଼ିଆ, ଏବଂଲେଖା ଇଂଲିଶ ଗ୍ରହଣୀୟ। ବୈଠକରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସାହିତ୍ୟ ଏକାଡେମୀ ସଦସ୍ୟ,ବିଚିତ୍ରାନନ୍ଦ ବେବର୍ତ୍ତା, ଡେପୁଟି କଲେକ୍ଟର କିରଣ କୁମାର ମହାନ୍ତି, ଡ. ବିଧୂତ ମିଶ୍ର,ବିନୋଦ ଚନ୍ଦ୍ର ଜେନା, ଡ.ଅଜୟ ତ୍ରିପାଠୀ, ଡ.କଲ୍ୟାଣୀ ମିଶ୍ର, ଡ.ଚନ୍ଦ୍ର ଶେଖର ଦାସ,ଯୋଗଦାନ କରିଥିଲେ। ଚଳିତ ୨୩.୧୧.୨୨ ସଂଧ୍ୟା ୫.୩୦ ଠାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ କମିଟିର ସଦସ୍ୟ ଗଣ ଯୋଗଦାନ କରି ଲେଖା ଗୁଡ଼ିକର ନିର୍ବାଚନ ଓ ସଂଶୋଧନ କରିବା ପାଇଁ ଏକାଠି ହେବେ। ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ