ଦିଗପହଣ୍ଡିରେ କଳାକାର ଭତ୍ତା ହିତାଧିକାରୀ ଚୟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଗ୍ରାମାଞ୍ଚଳ କଳାକାରଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଭତ୍ତା ପ୍ରଦାନ ପାଇଁ ଶୁକ୍ରବାର ଦିଗପହଣ୍ଡି ଠାରେ ହିତାଧିକାରୀ ଚୟନ କାଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।  ଦିଗପହଣ୍ଡି ବ୍ଳକ ସମ୍ମିଳନୀ କକ୍ଷରେ  ବ୍ଳକ କଳା ସଂସ୍କୃତି ସଂଘ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ହଳଧର ଶବର ଅଧ୍ୟକ୍ଷତା କରିଥିଲେ । ସେହିପରି ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ  କୃଷ୍ଣଚନ୍ଦ୍ର ସେଠୀ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସାଧାରଣ ପରିଷଦ ସଦସ୍ୟ ଆଲୋକ ବିଷୋୟୀ , ଜିଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ , ବ୍ଳକ କଳା ସଂସ୍କୃତି ଉପସଭାପତି ବିପିନ ବିହାରୀ ଦାସ , ଭାରପ୍ରାପ୍ତ ଜିପିଇଓ ଉମେଶ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଚୟନ ପ୍ରକିୟା ୩ ଧରି ଚାଲିବାକୁ ରହିଥିବା ବେଳେ ଶୁକ୍ରବାର ପ୍ରଥମ ଦିନରେ ବମକୋଇ , ଭ୍ରମରପୁର , ବିଏଲଏନପୁର , ଗୈାଡ ଗାଁ , ଗଡଗୋବିନ୍ଦପୁର ଆଦି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ୯୫ ଜଣ କଳାକାର ନିଜର କଳା ସାମର୍ଥ୍ୟ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ କୁ ନେଇ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଥିବା ବିଡ଼ିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ