ବରିଷ୍ଠ ଶିକ୍ଷକ ଙ୍କ ବିୟୋଗରେ ସ୍ମୃତି ସଭା
ଛତ୍ରପୁର, (ଦେବଦତ୍ତ ମହାରଣା):ବରିଷ୍ଠ ଶିକ୍ଷକ ଦିବଂଗତ ଦୁର୍ଗାମାଧବ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆଜି ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସାମୁହିକ ସ୍ମୃତି ସଭା ବରିଷ୍ଠ ଶିକ୍ଷକ ପଞ୍ଚାନନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ବର୍ଗର ଶିକ୍ଷକ ମାନେ ଉପସ୍ଥିତ ରହି ସ୍ବର୍ଗତ ପଣ୍ଡା ଜଣେ ସରଳ, ଭଦ୍ର, ସମୟାନୁବର୍ତ୍ତୀ ଓ ଦୃଢ ସଂଗଠକ ଥିଲେ ବୋଲି ନିଜ ନିଜ ବକ୍ତବ୍ୟରେ ମତ ରଖିଥିଲେ l