ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାଁସାଥୀ (ମେଟ୍‌)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ଏକ ରାଜ୍ୟସ୍ତରୀୟ ବୈଠକ ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ଜିଲ୍ଲା ଓ ବ୍ଲକର ନେତୃତ୍ୱମାନଙ୍କୁ ନେଇ ସଂଘର ରାଜ୍ୟ କମିଟିର ସଦସ୍ୟମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ କରାଯାଇଥିଲା । ଉକ୍ତ ବୈଠକରେ ସଭାପତି ସୌଭାଗ୍ୟ କୁମାର ମିଶ୍ର, ସମ୍ପାଦକ କୁଳମଣି ମେଣ୍ଟା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସୁତାର, ଉପସଭାପତି ରାମେଶ୍ୱର ରଣା ଓ ଅଜିତ ମହନ୍ତ, ସହ ସମ୍ପାଦକ ସୋଭାକର ସାହୁ, ଯୁଗ୍ମ ସମ୍ପାଦକ କୈଳାସ ଭତ୍ରାଙ୍କୁ ମନୋନୀତି କରାଯାଇଥିଲା । ଏଥିସହିତ ରବୀନ୍ଦ୍ର ନାଥ ଗୌଡ଼ଙ୍କୁ ସାଂଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଥିଲା । ସଂଘର ନିଷ୍ପତ୍ତି ଅନୁଯାୟୀ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ ଗତ ୨୧ ତାରିଖରେ ପ୍ରେସ୍‌କୁ ଦେଇଥିବା ବିବୃତ୍ତିକୁ ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଦୃଢ ନିନ୍ଦା କରିଥିଲା । ବର୍ତ୍ତମାନ ପରିସ୍ଥିତିକୁ ନେଇ ସଂଘ ତାର ମୌଳିକ ଦାବି ମାସିକ ୮ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ବିଷୟକୁ ନେଇ ଆସନ୍ତା ଡ଼ିସେମ୍ବର ୧୩ ଓ ୧୪ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ଜଣାଇଛନ୍ତି ।ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ସୁନ୍ଦରାୟ, ସୁଧାଂଶୁ ଶତପଥୀ, ଦିଲ୍ଲୀପ ମହାପାତ୍ର, କନକଲତା ଜେନା, ତପନ ମହାନ୍ତି, ତପନ ପଟ୍ଟନାୟକ, ସୁଦର୍ଶନ ପଣ୍ଡା, ପଞ୍ଚୁ ନାୟକ, ମହାଦେବ ମାଝୀ, ବିପିନ ଦିଗାଲ, ତପନ ମଲ୍ଲିକ, ଗଗନଧର ସାହୁ, ଜାନକୀ ଦାସ, ଦର୍ଶନୀ ମହାକୁଡ଼, ଚଞ୍ଚଳା ବେହେରା, ବୁଲି ସ୍ୱାଇଁ, ପ୍ରସନ୍ନ ପ୍ରଧାନ, କେଶବ ପ୍ରଧାନ, ଭୈରବ ସିଂ ଶେଖାୱାତ, ଉମାଶଙ୍କର ଦାସ, ଭଗବାନ ବିହାରୀ ପ୍ରମୁଖ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ