ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):କାର୍ଯ୍ୟରତ ଥିବା ପ୍ରାଥମିକ ଶିକ୍ଷକ(ଏକ୍ସ-କ୍ୟାଡର)ଙ୍କ ବିଭିନ୍ନ ସମସ୍ୟା ନେଇ ୮ ଦଫା ସମ୍ବଳିତ ଏକ ଦାବି ପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଓଟିଇଟି ଉଚ୍ଛେଦ କରି ସମସ୍ତ ଯୋଗ୍ୟ ଗଣଶିକ୍ଷକଙ୍କୁ ୨୦୧୭ ମାର୍ଚ୍ଚ ୧ ତାରିଖରୁ ନିୟମିତ ଓ ଅବଶିଷ୍ଟ ଗଣଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଉ । ଓଟିଇଟି ପାସ୍ କରିଥିବା ଏକ୍ସ କ୍ୟାଡର ଶିକ୍ଷକମାନଙ୍କ ଇଙ୍କ୍ରିମେଣ୍ଟ ପ୍ରଦାନ ଏଭଳି ୮ ଦଫା ଦାବି ନେଇ ଛତ୍ରପୁର ବ୍ଲକ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଂପାଦକ ୟୁ.ଶିବପ୍ରସାଦ ଦୋରାଙ୍କ ନେତୃ୍‌ତ୍ୱରେ ବହୁ ସଂଖ୍ୟକ ଶିକ୍ଷକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ସହଯୋଗୀ ଶିକ୍ଷକ କର୍ମକର୍ତ୍ତା ମିଳିତ ଶିକ୍ଷକ ସଂଘର ସଭାପତି ରବିନାରାୟଣ ବେହେରା, ଏନ୍‌ପିଏସ୍ ଶିକ୍ଷକ ସଂଘର କୃଷ୍ଣଚନ୍ଦ୍ର ଦାଶ, ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର କୁମାର ସାହୁ ଏବଂ ଏକ୍ସକ୍ୟାଡର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ବିଷ୍ଣୁନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ