ଟାୟାର ଦୋକାନରେ ନିଆଁ: ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଣ୍ଡିଚା ମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ନିଆଁ। ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୋମବାର ମଧ୍ୟରାତ୍ରରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସୂଚନା ପ୍ରକାରେ ସୋମବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯିବାପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ବାରଣ୍ଡାରେ କିଛି ଗାଡ଼ି ଟାୟାର ରଖି ସେଥିରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳୁ ଦୋକାନ ମାଲିକ ସୁରେଶ ଚନ୍ଦ୍ର ପିଲାଇ ଖୋଲିବାକୁ ଆସିବା ପରେ ଦୋକାନ ବାରଣ୍ଡାରେ କିଛି ଟାୟାର ଜଳିଥିବା ଦେଖି ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପହଁଚି ନିଆଁ ଲାଭାଇଥିବା ବେଳେ ବାଲିଗୁଡ଼ା ଏସଡିପିଓ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ