ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ ଛାତ୍ରଛାତ୍ରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର କାନପୁର ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ କିଛିଦିନ ଧରି ଦେଖା ଦେଇଥିବା ବିବାଦକୁ ନେଇ ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏପରିକି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ତାଙ୍କର ଚରିତ୍ର ସଂହାର କରିବାକୁ ପଛେଇ ନଥିଲେ । ଛାତ୍ରଛାତ୍ରୀମାନେ ଏହି ପ୍ରଧାନ ଶିକ୍ଷୟତ୍ରୀ ଓ ସଭାପତିଙ୍କୁ ହଟାଇବାକୁ ରାସ୍ତାରୋକ ମଧ୍ୟ କରିଥିଲେ । ଫଳରେ ସେହିଦିନ ଠାରୁ ପ୍ରଧାନ ଶିକ୍ଷୟତ୍ରୀ ଜଣକ ନିଜ ଆତ୍ମସମ୍ମାନକୁ ରକ୍ଷା କରିବା ପାଇଁ ବିଦ୍ୟାଳୟକୁ ଆସୁନଥିଲେ । ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହେବାରୁ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ବୈଠକ ବସି ଏହି ବିବାଦର ସମାଧାନ କରାଯାଇଥିଲା । ଏପରିକି ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ କିପରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦନାମ କରିବା ସହିତ ବିଦ୍ୟାଳୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବା ସହିତ ଛୁଆଙ୍କୁ ନେଇ ରାସ୍ତା ଉପରେ ବସାଇଥିଲେ ଏହାକୁ କମିଟି ସଦସ୍ୟମାନେ ନିନ୍ଦା କରିଥିଲେ । ପରେ ଅଭିଭାବକ ଓ କମିଟି ସଦସ୍ୟମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏପରି ଘଟଣା ଆଉ ଘଟିବ ନାହିଁ ଓ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ଶିକ୍ଷାଲାଭ କରିବେ ବୋଲି କହିବାପରେ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲକୁ ଆସିଥିଲେ । ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଓ ସ୍କୁଳ ପରିଚାଳନା କମିଟିର ସଭାପତିଙ୍କ ନାମରେ କୁତ୍ସାରଟନା କରିଥିବା ଶିକ୍ଷକ ବିକାଶ ବାରିକ ସେହି ବିଦ୍ୟାଳୟର ଅନ୍ୟଜଣେ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଭବିଷ୍ୟତରେ ଏପରି ନକରିବା ପାଇଁ କମିଟି ସଦସ୍ୟ ମାନେ ତାଗିଦା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ