“ଘୁମୁସର ର ସ୍ବର” ପକ୍ଷରୁ ୧୧୮ତମ ପୁର୍ଣ୍ଣିମା ସାହିତ୍ୟ ଆସର

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୧୮ତମ ପୁର୍ଣ୍ଣିମା ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ନିରବ ପ୍ରାର୍ଥନା ଅନୁଷ୍ଠିତ ହେବାସହ ତାଙ୍କର ସ୍ମତିଚାରଣ କରି ବିଭିନ୍ନ ଅତିଥି ନିଜନିଜ ବକ୍ତବ୍ଯରେ ସ୍ବର୍ଗତ ଆଚାର୍ଯ୍ୟଙ୍କ ପାରଦର୍ଶିତା ପାଇଁ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ମତିଚାରଣ ସଭାରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ସାହିତ୍ୟିକ ଓ କବି ଅନନ୍ତ କର, ଶିକ୍ଷାବିତ୍ ଗୌରୀଶଙ୍କର ମିଶ୍ର, ଉତ୍କଳ କଳା ପରିଷଦ ସଭାପତି ଜି.ରାଜେଶ୍ବର ପାତ୍ର, ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ଗାଳ୍ପିକ ଶିବ ପ୍ରସାଦ ଦାସ, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଖଲିପରିଡା, ଶ୍ରୀକାନ୍ତ ପ୍ରଧାନ, ଓ ମହେଶ୍ବର ଗୌଡ ଯୋଗଦେଇ ଥିବାବେଳେ ରମାକାନ୍ତ ରାଉତ ଧନ୍ଯବାଦ ଅର୍ପଣ କରଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ