ଦିଗପହଣ୍ଡି ରେ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ଆଶାକର୍ମୀମାନେ ଗୁରୁବାର  ୫ ଦଫା ଦାବି ପୂରଣ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।  ଏପରିକି ସେମାନେ ବୋମୋକେଇ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରି ଶୁଚସ୍ମିତା ଚୌଧୁରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭାରତୀୟ ମଜଦୁର ସଂଘ ସହବନ୍ଧିତ  ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ  ତରଫରୁ କର୍ମୀମାନେ ସେମାନଙ୍କ ଦୀର୍ଘଦିନର କାର୍ଯ୍ୟ ପୁରଣ ହୋଇନଥିବା ଯୋଗୁଁ ଗୁରୁବାର ଏକତ୍ରିତ ହୋଇ ବିଭିନ୍ନ ଦାବି ସମୂହ ଯଥା ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଆଶା କର୍ମୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି , ସମସ୍ତ ଆଶା କର୍ମୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ପ୍ରଦାନ , ପ୍ରୋତ୍ସାହନ ରାଶି ବଦଳରେ ମାସିକ ୧୮ ହଜାର ଟଙ୍କା ଦରମା , ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଆଶାଗୃହ ନିର୍ମାଣ , ସରକାରୀ ମାନ୍ୟତା ପ୍ରଦାନ ନକରିବା ଯାଏ ଅବସର ନେଉଥିବା ଆଶା କର୍ମୀ ଙ୍କୁ ଏକକାଳୀନ ୫ ଲକ୍ଷ ଓ ମାସିକ ୫ ହଜାର ଟଙ୍କା ଭତ୍ତା ଭଳି ଦାବିପତ୍ର ରେ ଉଲ୍ଲେଖ ରହିଛି। । ରାଜ୍ୟ ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି କିମ୍ବା ସମସ୍ୟାର ସମାଧାନ ନ କରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ଆଶା କର୍ମୀ ମାନେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଆଶାକର୍ମୀ ସଙ୍ଘର କାର୍ଯ୍ୟକର୍ତ୍ତା ସୁଜାତା ମହାରଣା , ରଶ୍ମୀତା ମହାପାତ୍ର , ତୁଳସୀ ରେଡ୍ଡୀ , ପ୍ରିୟମ୍ବଦା ଦୋରା , ଶାନ୍ତିଲତା ଚୌଧୁରୀ , ଲିପିକା ମିଶ୍ର , ନିବେଦିତା ଦାସ ସମେତ ବହୁ ସଂଖ୍ୟକ ଆଶାକର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ