ଗୟାରେ ନକ୍ସଲଙ୍କ ଭୋଟ୍ ବର୍ଜନ ଚେତାବନୀ ଉଡ଼ାଇଦେଲେ ବିଜେପି ନେତାଙ୍କ ଘର

ଗୟା(ଏଜେନ୍ସି): ବିହାରର ଗୟା ଜିଲ୍ଲାର ଦୁମରିଆଠାରେ ଥିବା ବିଜେପି ନେତା ଅନୁଜ କୁମାର ସିଂହଙ୍କ ବାସଭବନ ଉପରେ ମାଓବାଦୀ ଆକ୍ରମଣ କରିଛନ୍ତି । ବିସ୍ଫୋରକ ଡିନାମାଇଟ୍ ଯୋଗେ ମାଓବାଦୀ ଅନୁଜଙ୍କ ଘରକୁ ଉଡାଇ ଦେଇଛନ୍ତି । ତେବେ ଏହି ଘଟଣାରେ କୌଣସି ମୃତାହତ ଖବର ଏପର୍ଯ୍ୟନ୍ତ ଜଣାପଡିନାହିଁ । ବିସ୍ଫୋରଣ ବେଳେ ଅନୁଜ କିମ୍ବା ତାଙ୍କ ପରିବାରର କେହି ଘରେ ନଥିବାରୁ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି ।
ତେବେ ଏହି କାଣ୍ଡଘଟାଇବା ସହ ମାଓବାଦୀମାନେ ଉକ୍ତ ସ୍ଥାନରେ ଏକ ପୋଷ୍ଟର ଛାଡିଯାଇଛନ୍ତି । ଯେଉଁଥିରେ ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ସେମାନେ ଧମକ ଦେଇଛନ୍ତି । ଅନ୍ୟପକ୍ଷେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ଏହି ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୧ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ନକ୍ସଲଙ୍କ ଧମକ ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବଢାଇବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ପ୍ରଶାସନ ମଧ୍ୟ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଅତିରିକ୍ତ ସୁରକ୍ଷାବଳ ନିୟୋଜିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ