ରାଜନୀତି ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ଛାତ୍ରଙ୍କୁ ସ୍ୱାଗତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସହ ନୂତନ କରି ମହାବିଦ୍ୟାଳୟରେ ଯୋଗଦେଇଥିବା ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ବନମାଳି ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୋଲୋସରା ବିଜ୍ଞାନ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଅନୁଷ୍ଠିତ ଏହି ସ୍ୱାଗତ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ଗୌଡ଼ ଅଧ୍ୟକ୍ଷତା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ପ୍ରମୋଦ କୁମାର ରଥ, ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଜେନା, ଅଧ୍ୟାପକ ବନମାଳୀ ବେହେରା, ଅନୀଲ କୁମାର ଦାସ, ଓ ଅଧ୍ୟାପିକା ଭାରତୀ ଗୌଡ଼ ଅତିଥି ଭାବେ ଯୋଗଦେଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସ୍ବାଗତ କରି ଉତ୍ତମ ନାଗରିକ ହେବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସଙ୍ଗୀତ ପରିବେଷଣ କରି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ କରିବାପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପ୍ରଥମ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ନିଜ ନିଜର ପରିଚୟ ପ୍ରଦାନ କରିବା ସହ ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉତ୍ତମ ପରାମର୍ଶ ପାଇଁ ଧନ୍ୟବାଦ ଜଣାଇଥିଲେ। ଦ୍ଵିତୀୟ ଓ ଶେଷ ବର୍ଷ ଛାତ୍ର ଶଙ୍କର୍ଷଣ ପ୍ରଧାନ, କବିରାଜ ଗୌଡ଼, କାହ୍ନୁ ଗୌଡ଼, ଆଶିଷ କୁମାର ପ୍ରଧାନ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ