ଡାକ୍ତରୀ ଛାତ୍ର ଇଫୁ ମଲିକଙ୍କୁ ନିଜ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତୀତ୍ୱ ହାସଲ କରି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟରେ ପଢ଼ିବାର ସୁଯୋଗ ଲାଭ କରିଥିବା କନ୍ଧମାଳ ଜିଲ୍ଲାର କୃତୀ ଛାତ୍ର ଇଫୁ ମଳିକଙ୍କୁ ନିଜ ବିଦ୍ୟାଳୟ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମିଡିଆକିଆ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉକ୍ତ ବିଦ୍ୟାଳୟରେ ଇଫୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ି କୃତୀତ୍ୱର ସହ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରି ସାରି ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ଅନିତା ନାୟକଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ଯାଇ ନିଜର କଲେଜ ଶିକ୍ଷା ଓ କ୍ୟାରିଅର ଗଠନ କରିଥିଲେ। ଈଫୁଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭ୍ୟସଭ୍ୟାମାନେ, ମିଡିଆକିଆ ଗ୍ରାମପଞ୍ଚାୟତର ସରପଞ୍ଚ ଅଶୋକ ମଲ୍ଲିକ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଜ୍ଞାନ ଶିକ୍ଷକ ଅସିତ କୁମାର ସାହୁ ସଭା ପରିଚାଳନା କରିଥିଲେ । ରମାକାନ୍ତ ବିଶ୍ଵାଳ, ଅବନୀ କୁମାର ନାୟକ, ଶ୍ରୀଧର ସାହୁ, କନକଲତା ମିଶ୍ର, ଅନିତା କୁମାରୀ ନାୟକ, ଗୀତା ବିନ୍ଧାଣି ,ମିଡିଆକିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଅଶୋକ ମଲିକ ଓ ସମାଜସେବୀ ଗୌର ଚନ୍ଦ୍ର ପୂଜାରୀ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟ ତରଫରୁ ଇଫୁଙ୍କୁ ଉପଢୌକନ ଓ କିଛି ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଶେଷରେ କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବିଷୋୟୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ