କୋଦଳାରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଦସ୍ୟା ମାଧବୀ ଭୁଟା

କୋଦଳା, (ଗୁଲସନ କୁମାର କର):ମହିଳାଙ୍କ ପାଇଁ ପ୍ରଚଳିତ କେନ୍ଦ୍ରୀୟ ଯୋଜନା କିଭଳି ଚାଲିଛି ତାହାର ତଦାରଖ କରିବା ସହ ମହିଳାଙ୍କୁ ସଚେତନତା କରାଇବା ଉଦେଶ୍ୟରେ ଗଞ୍ଜାମ ଘୁମୁସର ସାଂଗଠନିକ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ମହିଳା ବିଜେପି ମୋର୍ଚ୍ଚାର କାର୍ଯ୍ଯକାରିଣୀ ସଦସ୍ଯା ମାଧବୀ ଭୁଟା ।ଶ୍ରୀମତୀ ଭୁଟା ଗୁରବାର ଅପରାହ୍ନରେ ବେଗୁନିଆପଡ଼ା ବ୍ଳକର କୋଦଳା ପହଞ୍ଚିବା ପରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏବଂ ବହୁ ବିଜେପି କର୍ମକର୍ତ୍ତା ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଏହାପରେ କୋଦଳା କଳିଙ୍ଗ ବୈଶ୍ୟ ଭବନ ଠାରେ ମହିଳା ଗୋଷ୍ଠୀ ମାନଙ୍କୁ ନେଇ ଏକ ସାଧାରଣ ବୈଠକ କରିଛନ୍ତି ଶ୍ରୀମତୀ ଭୁଟା।ଏଥିରେ କୋଦଳା ଏନଏସି ର ବିଭିନ୍ନ ଓ୍ବାର୍ଡରୁ ମହିଳା ମାନେ ଯୋଗ ଦେଇଥିବା ବେଳେ ବହୁ ମହିଳା ହିତାଧିକାରୀ ମାନଙ୍କ ସହ ଆଲୋଚନା ହୋଇଥିଲା। ମୋଦୀ ସରକାରଙ୍କ ମହିଳା ମାନଙ୍କ ପାଇଁ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ଯ ସଂପର୍କରେ ଆଲୋଚନା କରି ମହିଳାଙ୍କୁ ଏନେଇ ସଚେତନତା କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ କରି ବାହାବାଃ ନେଉଥିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ଘୁମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ, କୋଦଳା ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଘୁମୁସର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ପଲେଇ, ମହିଳା ମୋର୍ଚ୍ଚା ପ୍ରଭାରୀ କସ୍ତୁରୀ ମିଶ୍ର, ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ, ଘୁମୁସର ସାଂଗଠନିକ ଜିଲ୍ଲା ସଂପାଦକ ଜଜ୍ଞ ନାରାୟଣ ଦାଶ, କୋଦଳା ମଣ୍ଡଳ ସଭାପତି ମଧୂସୁଦନ ଜେନା, କୋଦଳା ଉପାଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ