ଭଞ୍ଜନଗର ଆମପୁଲିସ ସମିତି ପକ୍ଷରୁ ସଚେତନା ବୈଠକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଆମପୁଲିସ ସମିତି ପକ୍ଷରୁ ଭଞ୍ଜନଗର ବ୍ଳକ୍ର ଉପାନ୍ତ ଇଲାକା ଭାବେ ପରିଚିତ ବାଇବାଲି ପଞ୍ଚାୟତର ବିରିକୋଟ ଗ୍ରାମ ଠାରେ ଏକ ସଚେତନା ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଅଧିକାରୀ ଧୀରେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଓଲଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ଆତ୍ମା ଅଧ୍ୟକ୍ଷ ଦିଲ୍ଲିପ କୁମାର ଦାସ,ଅତିରକ୍ତ ଇନ୍ସ୍ପେକ୍ଟର ବିଦ୍ୟା ଭାରତୀ ନାୟକ,ସରପଞ୍ଚ କୌଳାସ ନାୟକ, ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହାକୁ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ସଂଯୋଜନା କରିଥିଲେ। ଏହି ଅବସରରେ ଉତ୍ତମ ସେବା ପାଇଁ ପୁରସ୍କୃତ ହୋଇଥିବା ଗୃହରକ୍ଷୀ ପି.ହେମନ୍ତ ଓ ଗଜେନ୍ଦ୍ର ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ପ୍ରେସ୍ କ୍ଳବ ସଭାପତି ଲୋକନାଥ କର,ରବି ନାରାୟଣ ମହାନ୍ତି,ବିଷ୍ଣୁପ୍ରିୟା ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ।


