ଗାଙ୍ଗପୁରରେ ଚର୍ମବିଣ୍ଡି ରୋଗ ଟିକାକରଣ ଓ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବର୍ତ୍ତମାନ ସମୟରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଅଞ୍ଚଳରେ ଗାଈଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହେବା ନଜରକୁ ଆସିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଗାଆଁ ଗାଆଁରେ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I ଏହି ଅବସରରେ ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ମଧ୍ୟ ଗାଈଗୋରୁଙ୍କୁ ଚର୍ମବିଣ୍ଡି ରୋଗର ଟୀକାକରଣ କରାଯାଇଛି I ଆଜି ଗାଙ୍ଗପୁର ପଞ୍ଚାୟତର କୁମୁଣ୍ଡି,ଗୋପନଗର ଆଦି ଗ୍ରାମରେ ଟୀକାକରଣ କରାଯିବା ସହିତ ଗାଈଗୋରୁ ଏବଂ ଗାଈଗୋରୁ ରହୁଥିବା ଗୁହାଳକୁ ପରିଷ୍କାର ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା I ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆଙ୍କ ଉପସ୍ଥିତିରେ ଗାଙ୍ଗପୁର ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଅବିନାଶ ସାହୁଙ୍କ ଗାଈଗୋରୁଙ୍କୁ ଟୀକାକରଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଗାଙ୍ଗପୁର ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ସୁନୀଲ୍ ପାଣିଗ୍ରାହୀ ସହଯୋଗ କରିଥିଲେ I ଆଜି ସୁଦ୍ଧା ଗାଙ୍ଗପୁର ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା 2000 ଋ ଉର୍ଦ୍ଧ୍ୱ ଗାଈଗୋରୁଙ୍କୁ ଟୀକାକରଣ କରଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ଆଗକୁ ବ୍ୟାପକ କରାଯିବ ବୋଲି ଡ଼ାକ୍ତର ଅବିନାଶ ସାହୁ ସୁଚନା ଦେଇଚ୍ଥନ୍ତି I


