ସମବାୟ ଆର୍ବନ ବ୍ୟାଙ୍କର ସଭ୍ୟ ସଭ୍ୟାଙ୍କୁ ଅଜଗ୍ୟଘୋଷଣା ନିମନ୍ତେ ସଭ୍ୟସଭ୍ୟାଙ୍କ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ସମବାୟ ଆର୍ବନ ବ୍ୟାଙ୍କରେ ହୋଇଥିବା ବର୍ଡ ନିର୍ବାଚନ ରେ ବ୍ୟାପକ ଅନିୟମିତତା ଏବଂ ବ୍ୟାଙ୍କ ରେ ନିର୍ବାଚିତ ସଭ୍ୟ ସଭ୍ୟା ପଦବିଚୟନ ପ୍ରକ୍ରିୟା ରେ ଦାଇତ୍ୱ ରେ ଥିବା କର୍ମଚାରୀଙ୍କ ମୋନମୁଖି କାର୍ଯ୍ୟ ଉପରେ ପୁର୍ବତନ ବ୍ୟାଙ୍କ ସଭାପତି ତଥା ବର୍ତମାନ ର ନିର୍ବାଚିତ ସଭ୍ୟ ଅଭିମନ୍ୟୁ ପଣ୍ଡା, ବର୍ତମାନ ର ନିର୍ବାଚିତ ସଭ୍ୟ ,ସଭ୍ୟା ଙ୍କ ଉପରେ ଓଡ଼ିଶା ସମବାୟ ନିବନ୍ଧକ, ଭୁବନେଶ୍ୱର ଙ୍କ ଅଦାଲତ ଠାରୁ ଆସିଥିବା ନିର୍ବାଚନ ସଭ୍ୟ ସଭ୍ୟା ମାନଙ୍କୁ ଅଦସ୍ୟତା ସଂପର୍କରେ ଆଇନ ଧାରା ୬୮ପ୍ରକାରେ ଶ୍ରୀ ପଣ୍ଡା କେସ୍ ଦାୟର କରିଥିଲେ। ଏହି ଅବସରରେ ସମବାୟ ଅଦାଲତର ଗତ ୧-୧୨-୨୦୨୨,କେସ ନଂ ୧୯୬୬୦ପ୍ରକାରେ ଆଜଗ୍ୟ ସଭ୍ୟ ସଭ୍ୟା ମାନଙ୍କୁ ବ୍ୟକ୍ତିଗତ କିମ୍ବା ମୋହକିଲ ଜରିଆରେ ଉପସ୍ଥିତ ହେବାକୁ ଜଣାଜାଇଛି। ଅପରପକ୍ଷରେ ବର୍ତମାନ ଆର୍ବନ ବ୍ୟାଙ୍କରେ ନିର୍ବାଚିତ ସଭାପତି ନିଜର ଇଚ୍ଛା ପ୍ରକାରେ ସମସ୍ତ ସଭ୍ୟ ସଭ୍ୟା ଙ୍କ ବର୍ତମାନ ଅଦାଲତ ଖର୍ଚ୍ଚ ବ୍ୟାଙ୍କ ଜରିଆରେ କରିବା ନିମନ୍ତେ ସ୍ଥିର କରିଛନ୍ତି। ଏହି ଭଳି ଅନାବଶ୍ୟକ ବ୍ୟାଙ୍କ ପଇସା କୁ ଖର୍ଚ କରିବାକୁ ବୋର୍ଡ ର କିଛି ସଭ୍ୟ ସଭ୍ୟା ଙ୍କ ଦ୍ଵାରା ବିରୋଧ କରାଯାଇଥିଲା ଏବଂ ବୈଠକ ମିନିଟ ବୁକ୍ ରେ ମଧ୍ୟ ଲିପିବଦ୍ଧ ପାଇଁ ଲିଖିତ ଆକାରରେ ଦେଇଥିଲେ। ତାହା ସହିତ ପ୍ରସ୍ତାବ ନଂ ୩ଓପ୍ରସ୍ତିବ ନଂ ୪, ଉପରେ ବ୍ୟାଙ୍କ ଜରିଆରେ ପ୍ରଦାନ କରୁଥିବା ଋଣଖିଲାପ ଓ ଦରଖାସ୍ତ ବିନିମୟ ମଞ୍ଜୁରୀ ସମ୍ବନ୍ଧରେ ମଧ୍ୟ ଲିଖିତ ଅଭିଯୋଗ ବ୍ୟାଙ୍କ ବୈଠକ ପ୍ରଦାନ କରାଗଲା। ଏହାକୁ ବୈଠକ ରେ ବହୁମତ ଦେଖାଇ ଆଗ୍ରହ କରିଥିଲେ। ବୈଠକ ରେ ଶ୍ରୀମତୀ ଗୀତାରାଣି ପଣ୍ଡା, ଶ୍ରୀମତି,ଅନିତା କୁମାରୀ ପଣ୍ଡା,ଓ ଶ୍ରୀ ଅଭିମନ୍ୟୁ ପଣ୍ଡା, ଜିଲ୍ଲା କଂଗ୍ରେସ କମିଟି ର କର୍ମକର୍ତ୍ତା, ତଥା ବସନ୍ତ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର,ଶଗ୍ରାମ ସାହୁ, ସହିତ ବହୁ ବ୍ୟାଙ୍କ ସଭ୍ୟ ସଭ୍ୟା ମାନେ ସ୍ଥାନୀୟ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ଏହି ବ୍ୟାଙ୍କ ର ଅନିୟମିତତା ଉପରେ ବୁଝାଇବା ସହିତ ଆପତ୍ତି ଅଭିଯୋଗ ଉପରେ ପ୍ରଦାନ କରିଥିଲେ। ସ୍ଥାନୀୟ ଏ ଆର ସି ଏସ୍, ଘଟଣା ଉପରେ ସଂପୂର୍ଣ୍ଣ ଭାବେ ଅନୁଧ୍ୟାନ କରି ହସ୍ତକ୍ଷେପ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦେଖିବାକୁ ଗଲେ ଏହି ବ୍ୟାଙ୍କ ରେ ନିର୍ବାଚିତ ସଭାପତି ଦିନକୁ ଦିନ ଦୁର୍ନୀତି ଓ ଅନିୟମିତତାର ବଢ଼ିବାରେ ଲାଗିଛି। ଏହି ଅନିୟମିତତା କୁ ବ୍ୟାଙ୍କ ଦାଇତ୍ୱ ରେ ଥିବା ଅଧିକାରୀ ମାନେ ସହଯୋଗ କରୁଛନ୍ତି ଯାହା କି ରିଜର୍ଭ ବ୍ୟାଙ୍କ ର ନିୟମ ଅନୁଯାୟୀ କାର୍ଯ୍ୟ ହୋଇନଥିବା ଜଣାଇଛନ୍ତି ଶ୍ରୀ ପଣ୍ଡା, ଏହି ଅବସରରେ ନିର୍ବାଚନ ପରେ ହୋଇଥିବା ବ୍ୟାଙ୍କ ଅର୍ଥ ଖର୍ଚ୍ଚ ଉପରେ ସଂପୂର୍ଣ୍ଣ ତଦନ୍ତ କରାଯାଇ ବୋଲି କିଛି ସଭ୍ୟ ସଭ୍ୟା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ